ଜିଲ୍ଲାରାଜ୍ୟ

ନୀଳଗିରି ଟ୍ରାକ୍ଟର ଲିଜ୍ ଠକେଇ ମାମଲା : ଗାୟବ ୭ଟିରୁ ପ୍ରଥମ ଟ୍ରାକ୍ଟର ଉଦ୍ଧାର କଲା ପୁଲିସ

ଲିଜ୍‌ରେ ନିଆଯାଇ ଗାୟବ ହୋଇଥିବା ୭ ଟ୍ରାକ୍ଟରରୁ ଗୋଟିଏ ଟ୍ରାକ୍ଟରକୁ ନୀଳଗିରିର ଏକ ଗ୍ୟାରେଜରୁ ଉଦ୍ଧାର କରିଛି ନୀଳଗିରି ପୁଲିସ । ଯାହାକୁ ନେଇ ଟ୍ରାକ୍ଟର ମାଲିକଙ୍କ ମନରେ ଏବେ ଟ୍ରାକ୍ଟର ଫେରି ପାଇବାର ଆଶା ଭରିଛି ।

କନକ ବ୍ୟୁରୋ : ଲିଜ୍‌ରେ ଟ୍ରାକ୍ଟର ନେଇ ମାଲିକଙ୍କୁ ଟଙ୍କାଦେଉନଥିଲେ ଠିକାଦାର,ମିଳୁନଥିଲା ଟ୍ରାକ୍ଟର ଗୁଡିକର ଟେର୍ । ଏହି ଘଟଣାରେ ନୀଳଗିରି ପୁଲିସକୁ ସଫଳତା ମିଳିଛି, ଲିଜ୍‌ରେ ନିଆଯାଇ ଗାୟବ ହୋଇଥିବା ୭ ଟ୍ରାକ୍ଟରରୁ ଗୋଟିଏ ଟ୍ରାକ୍ଟରକୁ ନୀଳଗିରିର ଏକ ଗ୍ୟାରେଜରୁ ଉଦ୍ଧାର କରିଛି ନୀଳଗିରି ପୁଲିସ । ଯାହାକୁ ନେଇ ଟ୍ରାକ୍ଟର ମାଲିକଙ୍କ ମନରେ ଏବେ ଟ୍ରାକ୍ଟର ଫେରି ପାଇବାର ଆଶା ଭରିଛି ।

ସୂଚନା ମୁତାବକ ନୀଳଗିରି ଥାନା ଅଧୀନ ଚତ୍ରିଖୁଣ୍ଟା ଅଞ୍ଚଳର ଯୁବକ ଯୋଗେଶ ନାୟକ ୧୦ ରୁ ଉର୍ଦ୍ଧ୍ବ ଟ୍ରାକ୍ଟର ମାଲିକଙ୍କଠାରୁ ଗାଡି ଲିଜ୍‌ରେ ଆଣିଥିଲେ । ଗାଡି ମାଲିକ ମାନଙ୍କୁ ମାସିକ କେତେ ଟଙ୍କା ଦେବେ ,  କେତେ ଦିନ ପାଇଁ ଟ୍ରାକ୍ଟର ଲିଜ୍‌ରେ ନେବେ ତାର ଏଗ୍ରିମେଣ୍ଟ ମଧ୍ୟ କରିଥିଲେ । ହେଲେ ମାଲିକ ମାନଙ୍କୁ ମାସିକ ଟଙ୍କା ପ୍ରଦାନ କରିନଥିଲେ ଯୋଗେଶ ଫଳରେ ମାଲିକ ମାନେ ସନ୍ଦେହ କରି ଟ୍ରାକ୍ଟର କେଉଁଠି କାମରେ ଲାଗିଛି ଦେଖିବୁ ବୋଲି ପଚାରିଥିଲେ । ହେଲେ ଯୋଗେଶ ସଠିକ୍ ଉତ୍ତର ନ ଦେଇ ଫୋନ ସୁଇଚ ଅଫ କରି ଗାୟବ ହୋଇଯାଇଥିଲେ । ନୀଳଗିରି ଥାନାରେ ସମସ୍ତ ମାଲିକ ମାନେ ଅଭିଯୋଗ କରିବା ସହ ଯୋଗେଶଙ୍କୁ ଧରି ନୀଳଗିରି ଥାନାର ଜିମା ଦେଇଥିଲେ । ପୁଲିସ ଯୋଗେଶଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ଆଜି ଖୋଳତାଡ ପରେ ଗୋଟିଏ ଟ୍ରାକ୍ଟର ଉଦ୍ଧାର କରାଯାଇଛି ।

 

 

 

ସୌଜନ୍ୟ KANAK NEWS

Show More

Leave a Reply

Your email address will not be published. Required fields are marked *

Back to top button