ନୂଆଦିଲ୍ଲୀ ୨୮।୦୪ : ବୁଧବାର ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ଏଥିପାଇଁ ସୋମବାର ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୮ଟି ଜିଲ୍ଲାର ୧୪୨ଟି ଆସନରେ ମତଦାନ ହେବ । ଏହାରି ଭିତରେ କୋଲକାତା, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ହାଓଡ଼ା ଏବଂ ପଶ୍ଚିମ ମେଦିନିପୁର ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ରହିଛି । ଏଥିଲାଗି ମୋଟ ୧ହଜାର ୪୪୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଏହା ପୂର୍ବରୁ ଗତ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫୨ଟି ଆସନରେ ଭୋଟ ହୋଇଥିଲା। ମେ’ ୪ରେ ଫଳ ପ୍ରକାଶ ପାଇବ।
ତେବେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରେ ୯୩ ପ୍ରତିଶତ ଭୋଟିଂ ହୋଇଥିବାରୁ ଦ୍ବିତୀୟ ପର୍ଯ୍ୟାୟରେ ବି ବମ୍ପର ଭୋଟିଂ ହେବ ବୋଲି ସମସ୍ତେ ଆଶାବାଦୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ନନ୍ଦୀଗ୍ରାମ ଭଳି ଆସନ ଉପରେ ସମସ୍ତଙ୍କ ନଜର ରହିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସଂଖ୍ୟାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି ଏବଂ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରାଯାଇଛି ।
ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ସୋନାର ବାଙ୍ଗଲ୍ vs ବାହାରିଗୋଟ ନାରାରେ ପ୍ରଚାର ମୈଦାନ କମ୍ପୁଥିବା ବେଳେ ୨ୟ ପର୍ଯ୍ୟାୟରେ ପ୍ରଚାରରେ ମନ୍ତ୍ର ଧ୍ୱନୀରେ କମ୍ପିଥିଲା ମୈଦାନ। ତା ସାଙ୍ଗକୁ ଝାଲମୁଡୀ ପ୍ରସଙ୍ଗ ।
ସୌଜନ୍ୟ Prameya News7

