ପିଇଓ ଦଣ୍ଡପାଣି ପାତ୍ର ମୃତ୍ୟୁ ଘଟଣା, ତିନି ମାସ ପରେ ମୁହଁ ଖୋଲିଲେ ପରିବାର, ଖୋଲିଲେ ଭୟଙ୍କର ଷଡ଼ଯନ୍ତ୍ରର ଗୁମର

ବ୍ରହ୍ମପୁର ୧୧।୦୫ : ପିଇଓ ଦଣ୍ଡପାଣି ପାତ୍ର ମୃତ୍ୟୁ ଘଟଣା । ତିନି ମାସ ପରେ ମୁହଁ ଖୋଲିଲେ ପରିବାରବର୍ଗ । ମିଥ୍ୟା ଆରୋପ ଲଗାଇ ମାରିବାକୁ ବାଧ୍ୟ କରାଇଥିଲେ ଅତିରିକ୍ତ ତହସିଲଦାର । କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକ ନିବେଦନ କରିଛନ୍ତି । ଯଦି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ଥାନା ସମ୍ମୁଖରେ ଚେତାବନୀ ଦେଇଛନ୍ତି ପରିବାର ଲୋକେ ।

ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟାନିର୍ବାହୀ ଅଧିକାରୀ (ପିଇଓ) ଭାବେ କାର୍ଯ୍ୟରତ ଥିଲେ ବି ଦଣ୍ଡପାଣି ପାତ୍ର । ଗତ ଫେବୃଆରୀ ୨ ତାରିଖ ଦିନ ସୁନାପୁର ବେଳାଭୂମି ମହୋତ୍ସବସ୍ଥଳରେ ଦଣ୍ଡପାଣି ପାତ୍ର କାର୍ଯ୍ୟରତ ଥିଲେ । ଏହି ସମୟରେ ଝାଟିପଦର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଚିକିଟି ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀ ଅଶାଳୀନ ଗାଳିଗୁଲଜ କରି ମିଥ୍ୟାରୋପ ଲଗାଇ ସର୍ବ ସମ୍ମୁଖରେ ଘୋର ଅପମାନିତ ଓ ଲଜ୍ଜିତ କରିଥିଲେ । ଫଳରେ ଘୋର ମାନସିକ ଚାପଗ୍ରସ୍ତ ହୋଇ ଫେବୃଆରୀ ୪ ତାରିଖ ପୂର୍ବାହ୍ନରେ ଆତ୍ମହତ୍ୟା ଉଦ୍ୟମ କରି ଏକ ନୋଟ୍ ଲେଖିଥିଲେ । ଯେଉଁଥିରେ ମହିଳା ATO ଚିକିଟି ଶାଶ୍ୱତୀ ଷଡ଼ଙ୍ଗୀଙ୍କ ଦାୟୀ କରିଥିଲେ । ଏମ୍କେସିଜି ମେଡିକାଲରେ ଦୀର୍ଘ ୧୪ ଦିନ ଧରି ଜୀବନ ମୃତ୍ୟୁ ସହ ସଂଗ୍ରହ କରି ଫେବୃଆରୀ ୧୭ ତାରିଖରେ ହାରିଯାଇଥିଲେ। ଉକ୍ତ ଘଟଣାରେ ସଂପୃକ୍ତ ମହିଳା ତହସିଲଦାରଙ୍କୁ ଦାୟୀ କରି ଏକ ଅଭିଯୋଗ ପତ୍ର ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦଣ୍ଡପାଣି ପାତ୍ରଙ୍କ ହାତ ଲେଖା ସୁଇସାଇଡ୍ ନୋଟ ମିଳିଥିଲା । ହେଲେ ଗୋଳନ୍ଥରା ପୋଲିସ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏପିରିକି ସୁଇସାଇଡ୍ ନୋଟ ମଧ୍ୟ ଜବତ କରିଲାନାହିଁ ।

ଆଉ ଏବେ ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି ପରିବାର ଲୋକ । ଦଣ୍ଡପାଣିଙ୍କ ମୃତ୍ୟୁ ପାଇଁ ଚିକିଟି ତହସିଲଦାରଙ୍କୁ ଦାୟୀ କରିଛନ୍ତି ପରିବାର । ଦଣ୍ଡପାଣିଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ପରିବାର ଲୋକ କହୁଛନ୍ତି । ତେଣୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠା ଗ୍ରହଣ କରି ତାଙ୍କୁ ତୁରନ୍ତ ଗିରଫ ଦାବି ମଧ୍ୟ ଉଠୁଛି । ଯଦି ଆଗାମୀ ଦିନରେ ଦାବି ପୂରଣ ନହୁଏ, ତେବେ ଥାନା ଘେରାଉ କରିବୁ ବୋଲି ପରିବାର ଲୋକ ଚେତାବନୀ ଦେଇଛନ୍ତି ।

 

 

ସୌଜନ୍ୟ Prameya News7