Vigilance Raid: ଅଢ଼େଇ ବର୍ଷରେ ୧୩୪ କ୍ଲାସ୍ ୱାନ୍ ଅଫିସରଙ୍କ ନାଁରେ ମାମଲା; ଫାର୍ମା ହାଉସ,କୋଠା,ସୁନାରେ ବାବୁଙ୍କ ସଉକ

ଭୁବନେଶ୍ୱର,୨୮\୧୦: ଗତ ଅଢେଇ ବର୍ଷରେ ଓଡ଼ିଶା ଭିଜିଲାନ୍ସ ୧୩୪ କ୍ଲାସ୍ ୱାନ୍ ଅଫିସରଙ୍କୁ ଧରିଛି । ସେମାନଙ୍କ ମଧ୍ୟରେ ଜଣେ ଆଇଏଏସ୍, ୮ ଜଣ ମୁଖ୍ୟଯନ୍ତ୍ରୀ, ୨ ଡିଏଫ୍ଓ, ଜଣେ ଉପଜିଲ୍ଲାପାଳ, ୩ ଖଣି ଉପନିର୍ଦ୍ଦେଶକ, ୩ ଜଣ ସିଟି-ଜିଏସ୍ଟି ସହକାରୀ କମିଶନର, ୩ ଅବକାରୀ କମିଶନର, ୨ ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର, ୪ ଜଣ ବିଡିଓ, ଏମ୍ଭିଆଇ, ସହକାରୀ ଡ୍ରଗ୍ସ ନିୟନ୍ତ୍ରକ, ଡିଇଓ ଏବଂ ଏଭଳି ଅନେକ ପଦାଧିକାରୀ ଅଛନ୍ତି । ମଙ୍ଗଳବାର ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଏଭଳି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଥିଲେ । ଏହି ସମୟ ମଧ୍ୟରେ ଭିଜିଲାନ୍ସ ବିଭାଗ ୫୧୬ଟି ଅପରାଧିକ ମାମଲା ରୁଜୁ କରି ୫୩୭ ଜଣଙ୍କୁ ଗିରଫ କରିଥିଲା ।
୧୪୦ଟି ଆୟବହିର୍ଭୂତ ଓ ୨୩୨ଟି ଲାଞ୍ଚ ମାମଲା ରୁଜୁ ହୋଇଥିଲା । ୮୭ ଜଣ ଯନ୍ତ୍ରୀ, ୬୪ ରାଜସ୍ୱ କର୍ମଚାରୀ, ୪୫ ଜଣ ପିଆର ଆଣ୍ଡ ଡିଡବ୍ଲ୍ୟୁ କର୍ମଚାରୀ, ୧୧ ଜଣ ଡାକ୍ତର, ୩୪ ଜଣ ପୁଲିସ୍ କର୍ମଚାରୀ ଓ ଜଣେ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଭିଜିଲାନ୍ସ ଧରିଥିଲା । ୨୩୨ଟି ଲାଞ୍ଚ ମାମଲାରେ ଭିଜିଲାନ୍ସ ୨୭୧ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ କ୍ଲାସ୍ ୱାନ୍ ଅଧିକାରୀ, ୩୮ ଜଣ କ୍ଲାସ୍ ଟୁ ଅଧିକାରୀ ଅଛନ୍ତି । ଫାର୍ମ ହାଉସ୍, କୋଠା, ସୁନାରେ ବାବୁଙ୍କ ସଉକ ୨୫ ଫାର୍ମ ହାଉସ୍, ୩୫୩ କୋଠା, ୪୦ କିଲୋ ସୁନା ଜବତ ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ୨ଟି ବିଶାଳକାୟ ଫାର୍ମ ହାଉସ୍ର ମୂଲ୍ୟ ଦେଢ଼ କୋଟି ପାର୍ କରିଯିବ ।
ସୌଜନ୍ୟ ପ୍ରମେୟ




