ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର ଭଲ ସମ୍ପର୍କ ରହିଛି। ନବୀନଙ୍କୁ ଭେଟିବା ନୂଆ କଥା ନୁହେଁ, ଏକୁଟିଆ ନେତୃତ୍ୱ ନେଇପାରିବେନି। ବର୍ତ୍ତମାନ ସମସ୍ତଙ୍କୁ ସାଥିରେ ନେଇ ଯିବାର ଅଛି ବୋଲିସ ଦେବାଶିଷ କହିଛନ୍ତି। କିଛି ନେତାଙ୍କୁ ବର୍ତ୍ତମାନ ଅଣଦେଖା କରାଯାଉଛି, ସାଥିରେ ନେବା ଉଚିତ ବୋଲି ମଧ୍ୟ କହିଛନ୍ତି। ପଞ୍ଚାୟତ ନିର୍ବାଚନରେ ସମସ୍ତଙ୍କୁ ଏକାଠି ନେଇ କାମ ନ କଲେ ଦଳ ପାଇଁ କ୍ଷତି ବୋଲି ଦେବାଶିଷ କହିଛନ୍ତି।
ସୌଜନ୍ୟ ଧରିତ୍ରୀ
