ଯୁଦ୍ଧରେ ଥରହର ଇରାନ ଦେଲା ଭାରତକୁ ବିପୁଳ ତେଲ, ଡ୍ରୋନ-କ୍ଷେପଣାସ୍ତ୍ରକୁ ଏଡାଇ ଗୁଜରାଟ ମୁହାଁ ତେଲ ଜାହାଜ

ଇରାନରୁ ଅଶୋଧିତ ତୈଳ ନେଇ ଆସୁଥିବା ଏକ ଟ୍ୟାଙ୍କର ଭାରତ ତାର ଗନ୍ତବ୍ୟ ବୋଲି ସୂଚିତ କରିଛି। ୨୦୧୯ ମସିହା ପରେ ତେହେରାନରୁ ଭାରତକୁ ଏହା ପ୍ରଥମ ତୈଳ କନସାଇନମେଣ୍ଟ ବୋଲି କୁହାଯାଇପାରେ।

ନୂଆଦିଲ୍ଲୀ: ଇରାନରୁ ଅଶୋଧିତ ତୈଳ ନେଇ ଆସୁଥିବା ଏକ ଟ୍ୟାଙ୍କର ଭାରତ ତାର ଗନ୍ତବ୍ୟ ବୋଲି ସୂଚିତ କରିଛି। ୨୦୧୯ ମସିହା ପରେ ତେହେରାନରୁ ଭାରତକୁ ଏହା ପ୍ରଥମ ତୈଳ କନସାଇନମେଣ୍ଟ ବୋଲି କୁହାଯାଇପାରେ। ଏହି ଘଟଣାକ୍ରମ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ପଶ୍ଚିମ ଏସିୟାରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମାର୍ଚ୍ଚ ୨୧ ତାରିଖରେ ଇରାନର ଅଶୋଧିତ ତୈଳ ଉପରେ ଆମେରିକା ମାସକ ଲାଗି କଟକଣା ନିଲମ୍ବିତ କରିଛି। ଇରାନୀ ତୈଳ ଉପରେ ଜାରି କଟକଣା ୱାସିଂଟନ ହଟାଇବାର ଉଦ୍ଦେଶ୍ୟ ଅନ୍ତର୍ଜାତୀୟ ବଜାରରେ ଅଧିକରୁ ଅଧିକ ତୈଳ ଯୋଗାଣ ସୁନିଶ୍ଚିତ କରିବା।

କମଡିଟି ମାର୍କେଟ ଆନାଲିଟିକ୍ସ ଫାର୍ମ କେପଲର ସିପ୍ ଟ୍ରାକିଂ ଡାଟା ଅନୁସାରେ ଏସ୍ୱାତିନୀ ପତାକା ଥିବା ଟ୍ୟାଙ୍କର ପିଙ୍ଗ ଶୁନ ଗୁଜରାଟର ବଡିନାର ବନ୍ଦରକୁ ତାର ଗନ୍ତବ୍ୟ ବୋଲି ସୂଚିତ କରିଛି। ତଥ୍ୟ ଅନୁସାରେ ଟ୍ୟାଙ୍କରରେ ପାଖାପାଖି ୬ ଲକ୍ଷ ବ୍ୟାରେଲ ଇରାନ ଅଶୋଧିତ ତୈଳ ଥିବାର ଜଣାପଡିଛି। ଏହି ଟ୍ୟାଙ୍କରକୁ ମାର୍ଚ୍ଚ ୪ ତାରିଖ ଦିନ ଇରାନର ମୁଖ୍ୟ ତୈଳ ପ୍ଲାଣ୍ଟ ଖାର୍ଗ ଦ୍ୱୀପରେ ଲୋଡ କରାଯାଇଥିଲା। ମିଳୁଥିବା ସୂଚନା ଅନୁସାରେ ଏହି କନସାଇନମେଣ୍ଟ ଏପ୍ରିଲ ୪ ତାରିଖରେ ଭାରତ ପହଞ୍ଚିବ। ତେବେ ଏହି ତୈଳକୁ କେଉଁ ଭାରତୀୟ କମ୍ପାନୀ ଉପଯୋଗ କରିବ ତାହା ଜଣାପଡି ନାହିଁ।

ସୌଜନ୍ୟ Prameya News7

Exit mobile version