ଜାତୀୟ

ରାସ୍ତାରେ ଗାତ, ଦାୟୀ କିଏ? ଜାଣନ୍ତୁ ଆପଣଙ୍କ ଘର ସାମ୍ନାର ରାସ୍ତା କାହା ଅଧୀନରେ

ଭୁବନେଶ୍ୱର,୦୭/୧୦: ରାସ୍ତାରେ ଯାଉଥିବା ବେଳେ ହଠାତ୍ ଗାତରେ ବାଇକ୍ ପଡ଼ିଯାଏ। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୁଏ। ଅଳ୍ପକେ ବର୍ତ୍ତିଯାଆନ୍ତି ଚାଳକ। କିନ୍ତୁ ଏଭଳି ସମୟରେ ଅଧିକାଂଶ ଲୋକଙ୍କ ମୁହଁରୁ ଗୋଟିଏ କଥା ବାହାରେ, ‘ସରକାର କିଛି କରୁନି।’ କିନ୍ତୁ ପ୍ରଶ୍ନ ହେଉଛି, କେଉଁ ସରକାର? ଏହାର ଉତ୍ତର ଏତେ ସରଳ ନୁହେଁ। କାରଣ ଭାରତରେ ସବୁ ରାସ୍ତାର ଦାୟିତ୍ୱ ଗୋଟିଏ ବିଭାଗ କିମ୍ବା ସରକାରଙ୍କ ହାତରେ ନାହିଁ। ରାସ୍ତାର ପ୍ରକାର ଓ ଅବସ୍ଥିତି ଅନୁସାରେ ଏହାର ମାଲିକାନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଭିନ୍ନ ଭିନ୍ନ ବିଭାଗ ହାତରେ ରହିଥାଏ।

ରାସ୍ତା ଅନେକ ପ୍ରକାର, ଦାୟିତ୍ୱ ବି ଅଲଗା:

ଭାରତରେ ରାସ୍ତା ବ୍ୟବସ୍ଥା ମଧ୍ୟ ସରକାରୀ ବ୍ୟବସ୍ଥା ଭଳି ଅନେକ ସ୍ତରରେ ବିଭକ୍ତ।

ଜାତୀୟ ରାଜପଥ (NH): ଗୋଟିଏ ରାଜ୍ୟକୁ ଅନ୍ୟ ରାଜ୍ୟ ସହ କିମ୍ବା ବଡ଼ ସହରଗୁଡ଼ିକୁ ଯୋଡ଼ୁଥିବା ଜାତୀୟ ରାଜପଥର ନିର୍ମାଣ ଓ ରକ୍ଷଣାବେକ୍ଷଣ କାମ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥାଏ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ।

ରାଜ୍ୟ ରାଜପଥ (SH): ଗୋଟିଏ ରାଜ୍ୟ ମଧ୍ୟରେ ବିଭିନ୍ନ ସହର ଓ ଅଞ୍ଚଳକୁ ଯୋଡ଼ୁଥିବା ରାସ୍ତା ସାଧାରଣତଃ ରାଜ୍ୟ ସରକାରଙ୍କ ଲୋକ ନିର୍ମାଣ ବିଭାଗ (PWD) ଅଧୀନରେ ରହେ।

ଜିଲ୍ଲା ଓ ଗ୍ରାମୀଣ ରାସ୍ତା: ଏହି ରାସ୍ତାଗୁଡ଼ିକର ଦାୟିତ୍ୱ ଅନେକ ସମୟରେ PWD, ଜିଲ୍ଲା ପ୍ରଶାସନ କିମ୍ବା ଗ୍ରାମାଞ୍ଚଳରେ ପଞ୍ଚାୟତ ଭଳି ସ୍ଥାନୀୟ ସଂସ୍ଥା ହାତରେ ଥାଏ।

ସହରର ଗଳି ଓ ସ୍ଥାନୀୟ ରାସ୍ତା: ଆପଣଙ୍କ ଘର, ଦୋକାନ, ସ୍କୁଲ୍ କିମ୍ବା ବଜାର ସାମ୍ନାରେ ଥିବା ଅଧିକାଂଶ ସ୍ଥାନୀୟ ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ସହରର ମହାନଗର ନିଗମ, ପୌରପାଳିକା କିମ୍ବା ଅନ୍ୟ ସ୍ଥାନୀୟ ସଂସ୍ଥାର ହୋଇଥାଏ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button