ଜାତୀୟ
ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି: ସକାଳୁ ରାତି ଯାଏଁ କମ୍ପିଲା ଦିଲ୍ଲୀ,ରାହୁଲ ପ୍ରିୟଙ୍କାଙ୍କୁ ଉଠାଇନେଲା ପୁଲିସ

- ଦୀର୍ଘ ୯ ଘଣ୍ଟା ଧରି ଧାରଣାରେ ବସିଥିଲେ
- ଇଣ୍ଡି ମେଣ୍ଟର ୨୫୦ ନେତା ଥାନାରେ ଅଟକ
- ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ବେଳେ ହାଇଡ୍ରାମା
- ପୁଲିସ କହିଲା ମାର୍ଚ୍ଚ ପାଇଁ ଅନୁମତି ନଥିଲା
ନୂଆଦିଲ୍ଲୀ, ୦୭\୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ବିରୋଧୀ ଦଳ ଦିଲ୍ଲୀରେ ବଡ଼ଧରଣର ଆନ୍ଦୋଳନ କରିଛି । ଏଥିରେ ୧୯ଟି ଦଳର ନେତା ସାମିଲ ହୋଇଥିଲେ । ସେମାନେ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରାରେ ସଂସଦ ଭବନରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯିବାବେଳେ ବାଟରେ ପୁଲିସ ସେମାନଙ୍କୁ ରୋକିଥିଲା । ଯାହାଫଳରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାନେ ଧାରଣା ଦେଇଥିଲେ । ଦୀର୍ଘ ୯ ଘଣ୍ଟା ଧରି ଧାରଣା ଚାଲିଥିଲା । ଶେଷରେ ରାତିରେ ପୁଲିସ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ୨୫୦ ନେତାଙ୍କୁ ଉଠାଇ ନେବା ସହ ଧାରଣାସ୍ଥଳକୁ ଖାଲି କରିଛି ।
ସୌଜନ୍ୟ ପ୍ରମେୟ




