ହାରିଗଲା ବାଘ, ଜିତିଗଲା ମଣିଷ ! ନରସିଂହପୁରରେ ବାଘ-ମଣିଷ ଲଢେଇ

ଆଠଗଡ଼ ୨୪।୦୧ : ନରସିଂହପୁରରେ ବାଘ ମଣିଷ ଲଢେଇ । ଏ ଖବର ଯେତିକି ଚାଂଚଲ୍ୟକର ସେତିକି ରହସ୍ୟମୟ । କାରଣ ବାଘ ଆକ୍ରମଣରେ ଜଣେ ଲୋକ ଆହତ ହୋଇଛନ୍ତି । ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଅନନ୍ତ ପ୍ରସାଦ ଗାଁରେ ଗୋଟିଏ କଲରାପତରିଆ ବାଘ ଘରେ ପଶି ଯାଇଥିଲା । ହଠାତ୍‌ ସେହି ଯୁବକଙ୍କୁ ଆକ୍ରମଣ କରିବାକୁ ଲାଗିଥିଲା । ଏପିରିକି ଲମ୍ଫ ମାରିବାକୁ ଉଦ୍ୟମ ମଧ୍ୟ କରିଥିଲା । ହେଲେ କିଛି ମିନିଟ ଧରି ସାହସ କରି ବାଘ ସହିତ ଲଢେଇ କରିଥିଲେ । ଶେଷରେ ଦୀର୍ଘ ସମୟ ଧରି ବାଘ-ମଣିଷ ଲଢେଇ ହାରିଥିଲା ବାଘ । ଏହି ଲଢେଇ ବାଘଟିର ମୃତ୍ୟୁ ହୋଇଯାଇଥିବା ବେଳେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଖବର ପାଇ ବନବିଭାଗ ଟିମ୍‌ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୌଜନ୍ୟ Prameya News7

Exit mobile version