ହାର୍ଦ୍ଦିକ ପାଣ୍ଡ୍ୟା ବାହାର, ସୂର୍ଯ୍ୟ ବି ନାହାନ୍ତି… ରୋହିତ ଶର୍ମା ପୁଣି ହେବେ ମୁମ୍ବାଇର ଅଧିନାୟକ ?

IPL Mumbai Indian: ଆଇପିଏଲ୍ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ସମସ୍ୟା କମିବାର ନାଁ ନେଉନାହିଁ। ଦଳ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ରୁ ମାତ୍ର ୩ଟିରେ ବିଜୟୀ ହୋଇଛି। ଏମିତିରେ ପରବର୍ତ୍ତୀ ମ୍ୟାଚ୍ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି।ହେଲେ ଦଳର ଚିନ୍ତା କମିବାର ନାଁ ନେଉନି।ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ସେ ଆଗାମୀ ମ୍ୟାଚ୍ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ଅଧିନାକତ୍ଵ କରିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ପରବର୍ତ୍ତୀ ମ୍ୟାଚରୁ ବାହାର ହୋଇ ପାରନ୍ତି। ଏମିତିରେ ଦଳକୁ ନୂଆ ଅଧିନାୟକ ଚୟନ କରିବାକୁ ପଡ଼ିପାରେ।

ଖେଳିବେନି ହାର୍ଦ୍ଦିକ ଏବଂ ସୂର୍ଯ୍ୟକୁମାର ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମେ ୧୦ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ ପାଇଁ ଦଳ ସହିତ ରାୟପୁର ଯାତ୍ରା କରିନଥିଲେ। ବୁଧବାର ମେ ୬ରେ ମଧ୍ୟାହ୍ନରେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ ୧ରେ ଏକାଠି ହୋଇଥିଲେ, ହାର୍ଦ୍ଦିକ ପାଣ୍ଡ୍ୟା ସେଠାରେ ଦେଖାଯାଇ ନଥିଲେ। ମ୍ୟାଚ୍ ପୂର୍ବରୁ ସେ ଦଳରେ ଯୋଗଦେବେ ବୋଲି ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ହାର୍ଦ୍ଦିକ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ପୂର୍ବ ମ୍ୟାଚ୍ ଖେଳି ନଥିଲେ, ଯେଉଁଠାରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଥିଲେ। ହାର୍ଦ୍ଦିକଙ୍କ ଅନୁପସ୍ଥିତିର କାରଣ ପିଠିରେ ଯନ୍ତ୍ରଣା ବୋଲି କୁହାଯାଉଥିଲା।

ଏହି ସମୟରେ, ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳ ସହିତ ରାୟପୁର ଯାତ୍ରା କରି ନାହାନ୍ତି। ରିପୋର୍ଟ ଅନୁଯାୟୀ ସେ ବ୍ୟକ୍ତିଗତ କାରଣରୁ ଦଳ ସହିତ ନାହାନ୍ତି। ତେଣୁ ସେ ମଧ୍ୟ ମେ ୧୦ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବେ ନାହିଁ ସ୍ପଷ୍ଟ ଜଣା ପମିନି। ସୂର୍ଯ୍ୟଙ୍କ ଅନୁପସ୍ଥିତି ଯୋଗୁଁ ମୁମ୍ବାଇକୁ ଆଉ ଏକ ଅଧିନାୟକତ୍ଵ ପରିବର୍ତ୍ତନ କରିବାକୁ ପଡିବ।

ରୋହିତ ଶର୍ମା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ କି ?

ଯଦି ହାର୍ଦ୍ଦିକ ଏବଂ ସୂର୍ଯ୍ୟକୁମାର ଉଭୟ ପରବର୍ତ୍ତୀ ମ୍ୟାଚ୍ ପାଇଁ ଉପଲବ୍ଧ ନ ହୁଅନ୍ତି, ତେବେ ରୋହିତ ଶର୍ମା ଅଧିନାୟକ ପଦ ଗ୍ରହଣ କରିପାରନ୍ତି। ରୋହିତ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ଵ କରିସାରିଛନ୍ତି। ତାଙ୍କ ନେତୃତ୍ଵରେ ଦଳ ପାଞ୍ଚ ଥର ଆଇପିଏଲ୍ ଟାଇଟଲ୍ ଜିତିଛି। ତେଣୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ବିଶ୍ଵାସ ଦେଖାଇ ପାରନ୍ତି। ତଥାପି, ଦଳ ପାଖରେ ଅନ୍ୟ ବିକଳ୍ପ ଅଛି। ଦଳ ଯୁବ ଖେଳାଳି ତିଲକ ବର୍ମାଙ୍କୁ ମଧ୍ୟ ସୁଯୋଗ ଦେଇ ପାରନ୍ତି। ଯଶପ୍ରୀତ ବୁମରା ମଧ୍ୟ ଜଣେ ଭଲ ଅଧିନାୟକ ବିକଳ୍ପ, ତାଙ୍କର ଭାରତୀୟ ଦଳର ଅଧିନାୟକତ୍ଵ କରିବାର ଅଭିଜ୍ଞତା ଅଛି।

 

ସୌଜନ୍ୟ Prameya News7