ୟୁନିଫର୍ମ ପିନ୍ଧି ରାସ୍ତାରେ ଗଡ଼ିଲେ ନବମ ଶ୍ରେଣୀ ଛାତ୍ର, ସରସ୍ବତୀ ପୂଜାରେ ପିଇଥିଲେ ମଦ

କନ୍ଧମାଳ ୨୪।୧: ସରସ୍ବତୀ ପୂଜାକୁ ନେଇ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଉତ୍ସାହ ରହିଥିଲା । କରିବାକୁ ନୂଆ ପୋଷାକ ପିନ୍ଧି ଭୋଗରାଗ ଧରି ବିଦ୍ୟାଦାତ୍ରୀଙ୍କ ପୂଜା ପାଇଁ ପହଞ୍ଚିଥିଲେ । ଏଭଳି ଦିନରେ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ଟିକାବାଲି ସରକାରୀ ହାଇସ୍କୁଲର ଦୁଇ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିଲେ । ଏବେ ଏଭଳି ଭିଜୁଆଲ୍ ଭାଇରାଲ୍ ହେବାକୁ ଲାଗିଛି l ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୨ଟାରେ ଟିକାବାଲି ପୋଷ୍ଟ ଅଫିସ୍ ନିକଟ ମୋବାଇଲ ଟାୱାର ତଳେ ଦୁଇ ନାବାଳକ ଛାତ୍ର ମଦ ପିଇ ନିଶାସକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ବାନ୍ତି କରି ସେଠାରେ ଅଚେତ ହୋଇ ତଳେ ଗଡ଼ୁଥିଲେ । ସ୍ଥାନୀୟ ଲୋକ ଏହା ଦେଖି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ l ଦୁଇ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା l ଡାକ୍ତରୀ ପରୀକ୍ଷା ପରେ ଉଭୟ ଛାତ୍ର ଅତ୍ୟଧିକ ମଦ ପିଇଥିବା ଜଣାପଡ଼ିଥିଲା ।

ତେବେ ଦୁଇ ଛାତ୍ର ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ଅନୁଦାନପ୍ରାପ୍ତ ହଷ୍ଟେଲରେ ରହି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଜାଣତରେ ବାହାରକୁ ଆସି ମଦ ପିଇଲେ କେମିତି ? ଛାତ୍ରମାନେ ବାହାରକୁ ଗଲେ କିପରି ? ସ୍କୁଲ ୟୁନିଫର୍ମ ପିନ୍ଧିଥିବା ନାବାଳକଙ୍କୁ ମଦ ବିକ୍ରି କଲା କିଏ ? ବିଦ୍ୟାଳୟ ପରିସର ଠାରୁ ୧୦୦ ମିଟର ଭିତରେ ନିଶାଦ୍ରବ୍ୟ ବିକ୍ରି ନିଷେଧ ଥିବାବେଳେ ଏହି ପିଲାମାନଙ୍କ ନିକଟକୁ ନିଶା ପହଞ୍ଚିଲା କେଉଁଠୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଛାତ୍ରଙ୍କ ପରିବାରକୁ ଅବଗତ କରାଯାଇଥିବା ଜଣାପଡିଛି ।

ସୌଜନ୍ୟ Prameya News7

Exit mobile version