୫୫ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ, ପଦକ ଓ ମାନପତ୍ର ପ୍ରଦାନ କଲେ ଡିଜିପି ୱାଇ ବି ଖୁରାନିଆ

ଭୁବନେଶ୍ୱର,୧୩/୦୮: ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଡିଜିପି ୱାଇ ବି ଖୁରାନିଆ ୫୫ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରି ସମ୍ମାନିତ କରିଛନ୍ତି । ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ସେବା, କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ ଡିଜିପି ଶ୍ରୀ ଖୁରାନିଆ ଏହି ପଦକ ଓ ମାନପତ୍ର ପ୍ରଦାନ କରିଥିଲେ ।
ପଦକ ପ୍ରାପ୍ତଙ୍କ ମଧ୍ୟରେ ଏସ୍ସିଆରବି ନିର୍ଦ୍ଦେଶକ ଅବିନାଶ କୁମାର, କ୍ରାଇମ୍ବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର, ବ୍ରହ୍ମପୁର ଏସପି ଡ. ଶ୍ରବଣ ବିବେକ ଏମ୍, ଅନୁଗୁଳ ଏସ୍ପି ରାହୁଲ ଜୈନ, ନୟାଗଡ଼ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର, ଗଞ୍ଜାମ ଏସ୍ପି ହରିଶ ବି. ସି, ଜଗତସିଂପୁର ଏସ୍ପି ଅଙ୍କିତ କୁମାର ବର୍ମା, ନବରଙ୍ଗପୁର ଏସ୍ପି କାଶ୍ୟପ ପାର୍ଥ ଜଗଦୀଶ, ବୌଦ୍ଧ ଏସ୍ପି କୁଳଦୀପ ମୀନା, ଏସ୍ଡିପିଓ ଆର. ଉଦୟଗିରି ରାକେଶ କୁମାର ସାହୁ, କମାଣ୍ଡାଣ୍ଟ(ତୃତୀୟ ଆଇଆରବିନ, କଳିଙ୍ଗ ନଗର) ୟାକୁବ ଖାନ୍ଙ୍କ ସହିତ ୩ ଜଣ ଅତିରିକ୍ତ ଏସ୍ପି, ୨ ଜଣ ଡେପୁଟି କମାଣ୍ଡାଣ୍ଟ, ୩ ଜଣ ଡିଏସ୍ପି, ଜଣେ ଆସିଣ୍ଟାଣ୍ଡ କମାଣ୍ଡାଣ୍ଟ, ୮ ଜଣ ଇନ୍ସପେକ୍ଟର, ୪ ଜଣ ସବ୍-ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ୫ ଜଣ ହାବିଲଦାର, ଜଣେ ଡ୍ରାଇଭର ଓ ୧୩ ଜଣ କନଷ୍ଟେବଳ /ଓଏପିଏଫ୍/ ସିପାହୀଙ୍କୁ ପଦକ ଦିଆଯାଇଥିଲା ।
ସୌଜନ୍ୟ ପ୍ରମେୟ




