ଆୟରଲାଣ୍ଡ୍ର ଜଣେ ମହିଳା ଅଧସ୍ତନ କର୍ମଚାରୀଙ୍କୁ ବରିଷ୍ଠ ଅଧିକାରୀ ‘ଆଳୁ’ ଡାକି ଗାଳି କରୁଥିଲେ। ବାରମ୍ବାର ଏମିତି ଅପମାନିତ ହେବା ପରେ ବର୍ନାଡେଟ୍ ହେସ୍ ନାମ୍ନୀ ଉକ୍ତ କର୍ମଚାରୀ ନିଯୁକ୍ତି ଟ୍ରିବ୍ୟୁନାଲ୍ରେ ଅଭିଯୋଗ କଲେ। ଉପରିସ୍ଥ କର୍ମଚାରୀ ମାଇକ୍ ଆଟ୍କିନ୍ସ ତାଙ୍କ ଆଇରିସ୍ ପରିଚିତିକୁ ଆକ୍ଷେପ କରି ତାଙ୍କ ମନୋବଳ, ଆତ୍ମବିଶ୍ବାସ ଓ ସ୍ବାଭିମାନକୁ କ୍ଷତିଗ୍ରସ୍ତ କରିଛନ୍ତି ବୋଲି ସେଥିରେ ବର୍ନାଡେଟ୍ ଉଲ୍ଲେଖ କରିଥିଲେ। ଏହା ବ୍ୟତୀତ ସେ ତାଙ୍କୁ ‘ପ୍ୟାଡି’, ‘ନିର୍ବୋଧ’ କହି ଚିତ୍କାର କରୁଥିଲେ। ଶୁଣାଣି ବେଳେ ଟ୍ରିବ୍ୟୁନାଲ୍ ବିଚାରପତି ଅନୁଭବ କରିଥିଲେ ଯେ ମାଇକ୍ ଆଟ୍କିନ୍ସ ଏଭଳି ଶବ୍ଦ ପ୍ରୟୋଗ କରି ଅଫିସରେ ଆକ୍ରମଣାତ୍ମକ ପରିବେଶ ସୃଷ୍ଟି କରିଥିଲେ।
29 lakh compensation: ବରିଷ୍ଠ ‘ଆଳୁ’ ଡାକୁଥିଲେ ବୋଲି କର୍ମଚାରୀଙ୍କୁ ୨୯ ଲକ୍ଷର କ୍ଷତିପୂରଣ!
ଆୟରଲାଣ୍ଡ୍ର ଜଣେ ମହିଳା ଅଧସ୍ତନ କର୍ମଚାରୀଙ୍କୁ ବରିଷ୍ଠ ଅଧିକାରୀ ‘ଆଳୁ’ ଡାକି ଗାଳି କରୁଥିଲେ। ବାରମ୍ବାର ଏମିତି ଅପମାନିତ ହେବା ପରେ ବର୍ନାଡେଟ୍ ହେସ୍ ନାମ୍ନୀ ଉକ୍ତ କର୍ମଚାରୀ ନିଯୁକ୍ତି ଟ୍ରିବ୍ୟୁନାଲ୍ରେ ଅଭିଯୋଗ କଲେ।
