ଜାତୀୟ

Andhra Doctor Dies: US ଭିସା ଆବେଦନ ଖାରଜ ହେବା ପରେ ଜୀବନ ହାରିଲେ ଡାକ୍ତରାଣୀ

US ଭିସା ଆବେଦନ ଖାରଜ ହେବା ପରେ ଜୀବନ ହାରିଲେ ୩୮ ବର୍ଷୀୟା ଡାକ୍ତରାଣୀ ରୋହିଣୀ। ପୁଲିସ ଅନୁସାରେ ଅତ୍ୟଧିକ ନିଦ ବଟିକା ସେବନ କରିଥିବା ସନ୍ଦେହ। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟ୍‌ରେ ଭିସା ନମିଳିବା ଯୋଗୁଁ ଅବସାଦ ଥିବା କଥା ଉଲ୍ଲେଖ।

ହାଇଦ୍ରାବାଦ: ଭିସା ଆବେଦନ ଖାରଜ ହେବାରୁ ଜୀବନ ହାରିଦେଲେ ଡାକ୍ତରାଣୀ। ହାଇଦ୍ରାବାଦରରେ ଘଟିଛି ଏଭଳି ଘଟଣା। ଏଠାରେ ରହୁଥିବା ଜଣେ ୩୮ବର୍ଷୀୟା ଡାକ୍ତରାଣୀ ଭିସା ଆବେଦନ ଖାରଜ ହେବା ପରେ ଜୀବନ ହାରିଥଇବା ଜଣାଯାଇଛି। ସେ ଆମେରିକା ଯିବା ପାଇଁ ଭିସା ଆବେଦନ କରିଥିଲା, ଯାହା ଖାରଜ ହୋଇଯାଇଥିଲା। ମୃତ୍ଯୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରାଥମିକ ତଦନ୍ତରୁ ମାନସିକ ଚିନ୍ତା ଯୋଗୁଁ ସେ ଏପରି କରିଥିବା ଅନୁମାନ କରାଯାଉଛି। ମୃତକଙ୍କ ନାମ ହେଲା ରୋହିଣୀ।

ସୂଚନା ମୁତାବକ, ଗୁଣ୍ଟୁର ଜିଲ୍ଲାର ମୂଳ ବାସିନ୍ଦା ହେଉଛନ୍ତି ରୋହିଣୀ। ସେ ହାଇଦ୍ରାବାଦର ପଦ୍ମା ରାଓ ନଗର ଆପାର୍ଟମେଣ୍ଟରେ ରହିଆସୁଥିଲେ। ଗତ ୨୨ ତାରିଖରେ ରୋହିଣୀଙ୍କ ଗୃହ ସହାୟିକା ତାଙ୍କ କବାଟ ବହୁତ ସମୟ ପର୍ଯ୍ୟନ୍ତ ବାଡେଇବା ପରେ ସେ କବାଟ ଖୋଲି ନଥିଲେ। କୌଣସି ଉତ୍ତର ନପାଇବାରୁ ଗୃହ ସହାୟିକାଜଣଙ୍କ ବ୍ୟସ୍ତ ହୋଇ ରୋହିଣୀଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ପରିବାର ଲୋକ ଆସି କବାଟ ବାଡ଼ାଇଥିଲେ ମଧ୍ୟ ରୋହିଣୀ କବାଟ ଖୋଲିନଥିଲେ। ଏହା ପରେ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ଭିତରକୁ ଯିବା ପରେ ରୋହିଣୀ ଅଚେତ୍ ହୋଇ ତଳେ ପଡ଼ିଥିବା ଦେଖିଥିଲେ ପରିବାର ଲୋକେ। ଏନେଇ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅତ୍ୟଧିକ ନିଦ ବଟିକା ଖାଇବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଛି ପୁଲିସ।

କିପରି ହେଲା ରୋହିଣୀଙ୍କ ମୃତ୍ଯୁ?

ରୋହଣୀ ହାଇଦ୍ରାବାଦରେ ଡାକ୍ତର ଭାବରେ କାର୍ଯ୍ୟରତ ଥିଲେ। କିନ୍ତୁ ତାଙ୍କର ଆମେରିକାରେ କାମ କରିବାକୁ ଇଚ୍ଛା ଥିବାରୁ ସେ ଭିସା ପାଇଁ ଆବେଦନ କରିଥିଲେ। ଦୁର୍ଭାଗ୍ୟବଶତଃ ତାଙ୍କୁ ଆମେରିକା ଯିବା ପାଇଁ ଭିସା ମିଳିନଥିଲା। ଏଥିପାଇଁ ସେ ଚିନ୍ତିତ ହୋଇପଡିଥିଲେ। ଏହି ମାନସିକ ଅବସାଦରେ ରହି ସେ ମାତ୍ରାଧିକ ନିଦ ବଟିକା ନେବା ଦ୍ବାରା ତାଙ୍କର ମୃତ୍ୟୁ ହୋଇଥିବା କହିଛି ପୁଲିସ। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହାଛଡା ରୋହିଣୀଙ୍କ ବାସଭବନରୁ ତାଙ୍କ ହାତଲେଖା ଏକ ସୁଇସାଇଟ ନୋଟ ମଧ୍ୟ ଜବତ କରାଯାଇଛି, ଯେଉଁଥିରେ ସେ ଆମେରିକା ଯିବା ପାଇଁ ଭିସା ନମିଳିବାରୁ ଅବସାଦଗ୍ରସ୍ତ ଥିବା କଥା ଉଲ୍ଲେଖ କରିଛନ୍ତି।

କ’ଣ କହୁଛନ୍ତି ରୋହିଣୀଙ୍କ ମା?

ରୋହିଣୀଙ୍କ ମା’ ଲକ୍ଷ୍ମୀଙ୍କ ଅନୁଯାୟୀ, ରୋହିଣୀ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ୨୦୦୫ରୁ ୨୦୧୦ ମଧ୍ୟରେ କିର୍ଗିଜସ୍ତାନରେ ତାଙ୍କର MBBS ସମାପ୍ତ କରିଥିଲେ। ଏପରିକି ସେ ଅବିବାହିତ ରହି ନିଜ ସ୍ବପ୍ନକୁ ସଫଳ କରିବା ପାଇଁ ନିରନ୍ତର ପ୍ରଚେଷ୍ଟା କରୁଥିଲେ। ହାଇଦ୍ରାବଦରେ ଡାକ୍ତର ଥିବାବେଳେ ସେ ଆମେରିକାରେ ଡାକ୍ତର ହେବା ପାଇଁ ସ୍ବପ୍ନ ଦେଖୁଥିଲେ। ଆମେରିକାରେ ଭାରତ ଅପେକ୍ଷା ଅଧିକ ପାରିଶ୍ରମିକ ମିଳୁଥିବା ସହ କମ ରୋଗୀଙ୍କୁ ଦେଖିବାକୁ ପଡିବ ବୋଲି ସେ ଆମେରିକାରେ କାମ କରିବାକୁ ଇଚ୍ଛୁକ ଥିଲେ। କିନ୍ତୁ ଭିସା ନମିଳିବାରୁ ତାଙ୍କ ସ୍ବପ୍ନ ଭାଙ୍ଗି ଯାଇଥିଲା।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button