ଜାତୀୟ

Tyeb Mehta Artwork Auction: ଭାରତୀୟ କଳାକୃତିର ନୂଆ ବିଶ୍ୱ ରେକର୍ଡ, ୬୯.୧ କୋଟିରେ ନିଲାମ ତୟବ ମେହତାଙ୍କ ଚିତ୍ରକଳା

ନୂଆଦିଲ୍ଲୀ ୧୩/୧୦: ଭାରତୀୟ ଚିତ୍ରକର ତୟବ ମେହତାଙ୍କ ‘ରିକ୍ସା ପୁଲର୍’ (୨୦୦୨) ଶୀର୍ଷକ ଚିତ୍ରକଳା ୬୯.୧ କୋଟି ଟଙ୍କାରେ ନଲାମ ହୋଇଛି । ସୋମବାର ଆୟୋଜିତ ଭୋଲ୍ଟ ଉନାର ଉନ୍ମୋଚନୀ ନିଲାମରେ ଭାରତର ପ୍ରସିଦ୍ଧ ଆଧୁନିକ ଚିତ୍ରକରଙ୍କ ପାଇଁ ଏହା ନୂଆ ବିଶ୍ୱ ରେକର୍ଡ ଥିଲା । ଏପ୍ରିଲ ୨୦୨୫ରେ ତୟବଙ୍କର ସବୁଠୁ ମହଙ୍ଗା ଚିତ୍ରକଳା ଟ୍ରୁସ୍ଡ ବୁଲ୍ (୬୧.୮ କୋଟି)ର ପୂର୍ବ ନିଲାମ ରେକର୍ଡକୁ ଏହା ପଛରେ ପକାଇଛି । ଏଥିସହିତ ଅର୍ଥ ମାମଲାରେ ଅଦ୍ୟାବଧି ନିଲାମରେ ବିକ୍ରି ହୋଇଥିବା ୪ ସବୁଠୁ ମହଙ୍ଗା ଭାରତୀୟ କଳାକୃତି ମଧ୍ୟରେ ରିକ୍ସାପୁଲର୍ ସ୍ଥାନ ପାଇଛି । ଏହି ଚିତ୍ରକଳା ଜଣେ ରିକ୍ସା ଚାଳକଙ୍କୁ ଦର୍ଶାଇଛି, ଯାହା ତୟବଙ୍କ କାମର ଏକ ପରିଚିତ ବିଷୟ ଏବଂ ମାନବ ସଂଘର୍ଷ ଓ ଶ୍ରମର ପରିଚୟ ଦେଇଛି । କାନ୍‌ଭାସ୍‌ରେ ଆକ୍ରିଲିକ୍‌ରେ ଏହାକୁ ପ୍ରସ୍ତୁତ କରାଯାଇଛି ।

ମାର୍ଚ୍ଚ ୨୦୨୫ରେ ଖ୍ରୀଷ୍ଟିସ୍ ନିଲାମରେ ଏମ୍.ଏଫ୍. ହୁସେନଙ୍କ ଶୀର୍ଷକ-ରହିତ (ଗ୍ରାମ ଯାତ୍ରା) ଚିତ୍ରକଳା ହାରାହାରି ୧୧୯ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ସେପ୍ଟେମ୍ବର ୨୦୨୫ରେ ଭିଏସ୍ ଗାଇତୋଣ୍ଡେଙ୍କର ଏକ ଚିତ୍ରକଳା ୬୭.୦୮ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଅମୃତା ଶେର-ଗିଲଙ୍କ ‘ଦ ଷ୍ଟୋରୀ ଟେଲର୍’ ସେପ୍ଟେମ୍ବର ୨୦୨୩ରେ ୬୧.୮ କୋଟିରେ ନିଲାମ ହୋଇଥିଲା । ଏପ୍ରିଲ ୨୦୨୫ରେ ତୟବଙ୍କ ଚିତ୍ରକଳା ଟ୍ରୁସ୍ଡ ବୁଲ୍ ୬୧.୮ କୋଟିରେ ବିକ୍ରି ହୋଇଥିଲା । ଏ ସମସ୍ତ ଚିତ୍ରକଳା ଷ୍ଟାଫରୋନ୍‌ଆର୍ଟ ନିଲାମ ଗୃହ ଜରିଆରେ ବିକ୍ରି ହୋଇଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button