ଖଣ୍ଡଗିରି: ଅବକାରୀ ବିଭାଗର ମୋବାଇଲ ୟୁନିଟ୍ ପକ୍ଷରୁ ପିତାପଲ୍ଲି ଛକ ନିକଟ ଏନ୍ଏଚ୍-୧୬ରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଏହି ମଦକୁ ଦୁଇଟି କାର୍ ଯୋଗ ଭୁବନେଶ୍ବରକୁ ଚାଲାଣ କରାଯାଉଥିଲା। ଉପରେ ପରିବା ଓ ଶୁଖୁଆ ବୋଝେଇ ହୋଇ ରହିଥିବା ବେଳେ ତଳେ ମଦ ଭର୍ତ୍ତି ହୋଇରହିଥିଲା। ଏହି ଚଢ଼ଉରେ ବିଭାଗ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମଜିଲ୍ଲା ବୁଗୁଡ଼ା ଥାନା ବିଷ୍ଣୁଚକ୍ରର କାହ୍ନୁ ଚରଣ ପରିଡ଼ା, କୋଟିନଡ଼ା ଥାନା ବେତନଟୀର ବିକାଶ ଗୌଡ଼, ବଡ଼ଖୋଲିର ମନୋଜ କୁମାର ଗୌଡ଼ ଓ ଆସ୍କାର ଜଗଦୀଶ ପାତ୍ର। ସେମାନଙ୍କ ପାଖରୁ ୨ହଜାରଲିଟର ଦେଶୀ ମଦ ଜବତ ହୋଇଛି।
ସୌଜନ୍ୟ ସମ୍ବାଦ

