ଖେଳ

IPL 2026 : ଅଷ୍ଟ୍ରେଲିଆର କାମେରନ ଗ୍ରିନ ହେଲେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2026)ର ୧୯ତମ ସିଜିନ୍ ପାଇଁ ଆବୁଧାବିରେ ମିନି ନିଲାମ ଆରମ୍ଭ ହୋଇଛି। ୩୬୦ରୁ ଅଧିକ ଖେଳାଳିଙ୍କ ଉପରେ ବିଡ୍ ଲାଗୁଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଲାମରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର କାମେରନ ଗ୍ରିନ ସବୁଠାରୁ ମହଙ୍ଗା ଖେଳାଳିଭାବେ ବିକ୍ରି ହୋଇଛନ୍ତି ।

IPL 2026 : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2026)ର ୧୯ତମ ସିଜିନ୍ ପାଇଁ ଆବୁଧାବିରେ ମିନି ନିଲାମ ଆରମ୍ଭ ହୋଇଛି। ୩୬୦ରୁ ଅଧିକ ଖେଳାଳିଙ୍କ ଉପରେ ବିଡ୍ ଲାଗୁଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଲାମରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର କାମେରନ ଗ୍ରିନ ସବୁଠାରୁ ମହଙ୍ଗା ଖେଳାଳିଭାବେ ବିକ୍ରି ହୋଇଛନ୍ତି । ଏପରିକି ସେ ଆଇପିଏଲ ଇତିହାସରେ ୩ୟ ସବୁଠାରୁ ମହଙ୍ଗା ଓ ସବୁଠାରୁ ମହଙ୍ଗା ବିଦେଶୀ ଆଇପିଏଲ ଖେଳାଳି ହୋଇଛନ୍ତି ।

ଚଳିତ ନିଲାମରେ ଶ୍ରୀଲଙ୍କାର ବୋଲର ମଥିଶା ପଥିରାନାଙ୍କୁ କେକେଆର ୧୮ କୋଟି ଟଙ୍କାରେ, ଭାରତୀୟ ବୋଲର ରବି ବିଷ୍ଣୋଇଙ୍କୁ ୭.୨ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ ଖରିଦ କରିଛି । ଉତ୍ତରପ୍ରଦେଶର ୨୦ ବର୍ଷୀୟ ପ୍ରଶାନ୍ତ ବୀରଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୧୪ କୋଟି ୨୦ ଲକ୍ଷରେ କିଣିଛି ।

କ୍ୟାମେରନ ଗ୍ରୀନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି। ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବିରେ ମଧ୍ୟ ଖେଳିସାରିଛନ୍ତି ।

ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଗ୍ରୀନଙ୍କ ପାଇଁ ଏକ ବଡ଼ ବିଡ୍ କରିଥିଲା, କିନ୍ତୁ ଶେଷରେ KKR ବାଜି ମାରିଥିଲା। କେକେଆର ଆନ୍ଦ୍ରେ ରସେଲଙ୍କ ବଦଳ ଭାବରେ ଗ୍ରୀନଙ୍କୁ ଦେଖୁଛି। ସୂଚନାଯୋଗ୍ୟ ଯେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଉଛନ୍ତି ରିଷଭ ପନ୍ତ, ଯାହାଙ୍କୁ ଗତ ବର୍ଷର ମେଗା ନିଲାମରେ ଲକ୍ଷ୍ନୌ ସୁପରଜିଆଣ୍ଟସ ୨୭ କୋଟି ଟଙ୍କାରେ କିଣିଥିଲା।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button