ଓଡିଶାଜିଲ୍ଲା

Black magic: ଗୁଣି ସନ୍ଦେହ: ପରିବାର‌େର ତୃତୀୟ ହତ୍ୟା

ଆଇନର ଭୟ ନାହିଁ। ସଚେତନତା ସତ୍ତ୍ବେ ଫରକ ପଡ଼ୁନି। ଅନ୍ଧବିଶ୍ବାସ ନେଲା ଗୋଟିଏ ପରିବାରର ତୃତୀୟ ଜୀବନ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ମାଲକାନଗିରି/କାଲିମେଳା: ଆଇନର ଭୟ ନାହିଁ। ସଚେତନତା ସତ୍ତ୍ବେ ଫରକ ପଡ଼ୁନି। ଅନ୍ଧବିଶ୍ବାସ ନେଲା ଗୋଟିଏ ପରିବାରର ତୃତୀୟ ଜୀବନ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ପୂର୍ବରୁ ଦୁଇ ଭାଇଙ୍କୁ ହରାଇଥିବା ଚିତ୍ରାଙ୍ଗପାଲୀ ପଞ୍ଚାୟତ ଅନ୍ତର୍ଗତ ଉସକାପାଲୀ ଗାଁର ମୁକା ପଡିଆମୀ (୫୫)ଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଉପରୋକ୍ତ ଗାଁରେ କୋୟା ଜନଜାତି ବସବାସ କରୁଛନ୍ତି। କିଛି ମାସ ହେଲା ଗାଁର କିଛି ଲୋକଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ତେଣୁ ଗୁଣିଗାରେଡ଼ି କରି କେହି ଜୀବନ ନେଉଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ପୂର୍ବରୁ ମୁକା ପଡିଆମୀଙ୍କ ଦୁଇଭାଇଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଅଜଣା ଦୁର୍ବୃତ୍ତ ହତ୍ୟା କରିଥିଲେ। ଦୁଇଭାଇଙ୍କ ମୃତ୍ୟୁ ପରେ ମୁକା ଗାଁରେ ଗୁଣିଗାରେଡ଼ି କରୁଥିବା ନେଇ ଗୁଜବ ହୋଇଥିଲା। ଏଭଳି ଅନ୍ଧବିଶ୍ବାସ ଯୋଗୁଁ ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ମୁକାଙ୍କୁ ଅଜଣା ଦୁର୍ବୃତ୍ତ ଟାଙ୍ଗିଆରେ ଆକ୍ରମଣ କରିଥିଲେ।

ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଆଜି ସକାଳେ ମୁକାଙ୍କ ଭାଇ ଦେବ ପଡିଆମୀ ପୋଟେରୁ ଫାଣ୍ଡିରେ ଏତଲା ଦେଇଥିଲେ। ଅଭିଯୋଗ ମିଳିବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୁଇ ଜଣ ସନ୍ଦିଗ୍ଧଙ୍କୁ କାଲିମେଳା ଥାନାରେ ଅଟକ ରଖି ପଚରାଉଚରା କରୁଛି। ଗୁଣିଗାରେଡ଼ି  ସନ୍ଦେହରେ ଏଭଳି ବର୍ବର ଘଟଣା ଘଟିଥିବା ଥାନା ଅଧିକାରୀ ମୁକୁନ୍ଦ ମେଲକା କହିଛନ୍ତି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button