ଦେଶ ବିଦେଶ

Giriraj Singh Supported Nitish Kumar: ହିଜାବ ଟାଣିବା ବିବାଦକୁ ନେଇ ନୀତୀଶଙ୍କୁ ସମର୍ଥନ କଲେ ଗିରିରାଜ

ଚାକିରି କରିବ ଯଦି କରୁ ନହେଲେ ନର୍କକୁ ଯାଉ। ଏଭଳି କହି ହିଜାବ ଟାଣିବା ବିବାଦକୁ ନେଇ ନୀତୀଶଙ୍କୁ ସମର୍ଥନ କଲେ ଗିରିରାଜ। କିଛି ଦିନ ହେବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିବାଦରେ ରହିଛନ୍ତି।

ନୂଆଦିଲ୍ଲୀ: ହିଜାବ ଟାଣିବା ବିବାଦକୁ ନେଇ ନୀତୀଶଙ୍କୁ ସମର୍ଥନ କଲେ ଗିରିରାଜ। କିଛି ଦିନ ହେବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିବାଦରେ ରହିଛନ୍ତି। ଏକ କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ଦେବା ସମୟରେ ସେ ଜଣେ ମହିଳାଙ୍କ ମୁହଁରୁ ହିଜାବ ଟାଣି ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପ‌ରଠାରୁ ନୀତୀଶଙ୍କ ଏଭଳି କାମକୁ ନିନ୍ଦା କରାଯାଉଛି।

ମିଳିଲା ଗିରିରାଜଙ୍କ ସମର୍ଥନ

ହେଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ତାଙ୍କୁ ସମର୍ଥନ କରିଥିବା ଜଣାପଡ଼ିଛି। ସେ କହିଛନ୍ତି ଯେ, “ନୀତିଶ କୁମାର କିଛି ଭୁଲ କରିନାହାଁନ୍ତି। ଯଦି କେହି ନିଯୁକ୍ତି ପତ୍ର ଆଣିବାକୁ ଯାଉଛନ୍ତି, ତେବେ ସେମାନେ କ’ଣ ତାଙ୍କର ମୁହଁ ଦେଖାଇବେ ଉଚିତ୍ ନୁହେଁ କି? ଏଇଟା କ’ଣ ଏକ ଇସଲାମିକ୍ ଦେଶ? ନୀତୀଶ ଜଣେ ଅଭିଭାବକ ଭାବରେ ଏଭଳି କରିଥିଲେ। ପାସପୋର୍ଟ ଆଣିବା କିମ୍ବା ବିମାନବନ୍ଦରକୁ ଯିବା ସମୟରେ ଆପଣ କ’ଣ ଆପଣଙ୍କ ମୁହଁ ଦେଖାନ୍ତି ନାହିଁ? ଭାରତରେ ଆଇନର ଶାସନ ଚାଲିବ” ବୋଲି ସେ କହିଥିଲେ।

ଇଚ୍ଛା ଯଦି ଅଛି ଚାକିରି କରୁ ନହେଲେ ନର୍କକୁ ଯାଉ

ହିଜାବ ଟାଣିବା ଘଟଣା ପରେ ମହିଳା ଚାକିରିରେ ଯୋଗଦେବାକୁ ମନା କରୁଥିବା ବିଷୟରେ କୁହାଯିବାରୁ ଗିରିରାଜ ସିଂହ ଉତ୍ତର ଦେଇଥିଲେ ଯେ, “ଚାକିରି କରିବ ଯଦି କରୁ ନହେଲେ ନର୍କକୁ ଯାଉ।”

କ’ଣ ଘଟିଥିଲା?

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ଘଟଣାଟି ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ‘ସମ୍ବାଦ’ରେ ଘଟିଥିଲା, ଯେଉଁଠାରେ ୧୦୦୦ରୁ ଅଧିକ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେତେବେଳେ ନୁସରତ ପରବୀନଙ୍କ ପାଳି ଆସିଲା, ସେ ମଞ୍ଚ ଉପରକୁ ଆସିଥିଲେ। ତାଙ୍କୁ ହିଜାବ ପିନ୍ଧିଥିବାର ଦେଖି ନୀତୀଶ “ଏହା କ’ଣ?” ବୋଲି ପଚାରିଥିଲେ। ଏହା ପରେ ସେ ତାଙ୍କ ମୁହଁରୁ ହିଜାବକୁ ଟାଣି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏଭଳି କରିବା ଦେଖି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନୀତୀଶଙ୍କୁ ଅଟକାଇବା ପାଇଁ ତାଙ୍କ ହାତକୁ ଟାଣି ଆଣିଥିବା ଭିଡିଓରେ ଦେଖାଯାଇଛି।ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି କାର୍ଯ୍ୟ ଉପରେ କ୍ରୋଧ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button