ମନୋରଞ୍ଜନ

Heartwarming video: ମୋର ଝିଅ ହୋଇଛି… ମୋର ଝିଅ ହୋଇଛି କହି ହସ୍ପିଟାଲରେ ଖୁସିରେ ଝୁମିଗଲେ ବାପା

ସେ ପୁଅ ହେଉ କି ଝିଅ, ଉଭୟଙ୍କ ଜନ୍ମ ଏକ ଉତ୍ସବ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବାପା ଝିଅ ଜନ୍ମ ‌ହେବା ଶୁଣିବା ପରେ ହସ୍ପିଟାଲରେ ଖୁସିରେ ଝୁମି ଯାଇଥିଲେ।

viral video: ସେ ପୁଅ ହେଉ କି ଝିଅ, ଉଭୟଙ୍କ ଜନ୍ମ ଏକ ଉତ୍ସବ। କିନ୍ତୁ ଏ ସମାଜରେ ଏମିତି କିଛି ପରିବାର ଅଛନ୍ତି ଯେଉଁମାନେ ଝିଅ ଜନ୍ମ ହେଲେ ନିରାଶ ହୋଇଯାଇଥାଆନ୍ତି। କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ କିଛି ଓଲଟା ଘଟଣା ଦେଖିବାକୁ ମିଳୁଛି।

ଭିଡିଓରେ ଜଣେ ବାପା ଝିଅ ଜନ୍ମ ହୋଇଥିବା ଶୁଣିବା ପରେ ଖୁସିରେ ଝୁମି ଯାଇଥିଲେ। ହସ୍ପିଟାଲରେ ଧୁରନ୍ଧର ଚଳଚ୍ଚିତ୍ରର ଗୀତରେ ଠୁମକା ଲଗାଇଥିଲେ। ଝିଅ ଜନ୍ମପରେ ଉତ୍ସାହିତ ହୋଇଯାଇଥିବା ବାପାଙ୍କ ନାଚକୁ ଯିଏ ଦେଖୁଥିଲେ ସେ ଖୁସି ହୋଇଯାଉଥିଲେ।

ଝିଅ ବାପାଙ୍କ ଖୁସି ଦେଖି ପ୍ରତିକ୍ରିୟା ଦେଲେ ବଲିଉଡ ଅଭିନେତ୍ରୀ

ଏହି କ୍ରମରେ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧରଙ୍କ ପତ୍ନୀ ୟାମି ଗୌତମ ଧର ମଧ୍ୟ ଏହି ଉତ୍ସାହିତ ବାପାଙ୍କ ଖୁସିକୁ ଦେଖି ନିଜକୁ ଅଟକାଇ ପାରି ନଥିଲେ। ଏକ୍ସରେ ପ୍ରତିକ୍ରିୟା ଦେଇ କନ୍ୟା ସନ୍ତାନଙ୍କ ବାପାଙ୍କୁ “ଟ୍ରେଣ୍ଡ ବିଜେତା” ବୋଲି ଉଲ୍ଲେଖ କରିଛନ୍ତି। ଏହି ଘଟଣା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଭାଇରାଲ ଭିଡିଓକୁ ୬୫୦,୦୦୦ ରୁ ଅଧିକ ଥର ଦେଖାଯାଇସାରିଲାଣି। ୧୭,୦୦୦ରୁ ଅଧିକ ବ୍ୟବହାରକାରୀ ଏହି ଭିଡିଓଟିକୁ ଲାଇକ କରିବା ସହିତ ଖୁବ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button