Breaking News

ଶକ୍ତିକାନ୍ତଙ୍କ ୬ ବର୍ଷର ହିସାବନିକାଶ: ମୋଦୀଙ୍କୁ କୃତଜ୍ଞତା, ଜେଟ୍‌ଲିଙ୍କୁ ମନେ ପକାଇଲେ

ଦୀର୍ଘ ୬ ବର୍ଷ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ପରେ ନିଜର ଶେଷ କାର୍ଯ୍ୟ ଦିବସରେ ଭାବ ବିହ୍ବଳ ହୋଇପଡ଼ିଥିଲେ ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ଲାଗି ସୁଯୋଗ...

ମୁମ୍ବାଇ: ଦୀର୍ଘ ୬ ବର୍ଷ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ପରେ ନିଜର ଶେଷ କାର୍ଯ୍ୟ ଦିବସରେ ଭାବ ବିହ୍ବଳ ହୋଇପଡ଼ିଥିଲେ ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ଲାଗି ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଗଭୀର କୃତଜ୍ଞତା ଜଣାଇଛନ୍ତି। ତାଙ୍କ ଚିନ୍ତାଧାରା, ଭାବନା ଓ ମାର୍ଗଦର୍ଶନରୁ ବିଶେଷ ଭାବେ ଉପକୃତ ଓ ଉତ୍ସାହିତ ହୋଇଥିବା ଶକ୍ତିକାନ୍ତ କହିଛନ୍ତି। ସେ ସହଯୋଗ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟ୍‌ଲିଙ୍କୁ ମଧ୍ୟ ଶକ୍ତିକାନ୍ତ ମନେ ପକାଇଛନ୍ତି। ସେ ତାଙ୍କ ସହିତ ରାଜସ୍ବ ସଚିବ ଓ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରିଥିଲେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ୨୦୧୮ ଡିସେମ୍ବର ୧୨ରେ ନିଯୁକ୍ତି ପାଇବାର କିଛି ମାସ ପର୍ଯ୍ୟନ୍ତ ମଧ୍ୟ ସେ ଜେଟ୍‌ଲିଙ୍କ ସହ କାମ କରିଥିଲେ। ମୋ ଉପରେ ଅରୁଣ ଜେଟ୍‌ଲିଙ୍କ ଗଭୀର ବିଶ୍ବାସ ଥିଲା ବୋଲି ସେ କହିଛନ୍ତି। ବିଶ୍ବ ସ୍ତରରେ ଘଟିଥିବା ଘଟଣାର ପ୍ରଭାବକୁ ସଫଳତାର ସହ ପ୍ରତିହତ କରିବାରେ ସହଯୋଗ କରିଥିବାରୁ ରିଜର୍ଭ ବ୍ୟାଙ୍କ ଟିମ୍‌କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏକ ବିଶ୍ବାସ ଓ ଭରସାର ଅନୁଷ୍ଠାନ ଭା‌ବେ ରିଜର୍ଭ ବ୍ୟାଙ୍କ ଆହୁରି ଉଚ୍ଚ ସୋପାନକୁ ଯାଉ ବୋଲି ସେ କାମନା କରିଛନ୍ତି। ଗତ ଛଅ ବର୍ଷ ମଧ୍ୟରେ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସବୁଠୁ ଭଲ ସମ୍ପର୍କ ଥିଲା ବୋଲି ଶକ୍ତିକାନ୍ତ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶର ୨୫ତମ ଗଭର୍ଣ୍ଣର ଭାବେ ମଙ୍ଗଳବାର ନିଜ ପଦରୁ ଅବସର ନେଇଛନ୍ତି ଶକ୍ତିକାନ୍ତ। ୨୦୧୮ରେ ତାଙ୍କୁ ତିନି ବର୍ଷ ପାଇଁ ଏହି ପଦରେ ନିଯୁକ୍ତି ମିଳିଥିଲା। ୨୦୨‌୧ରେ ତାଙ୍କ କାର୍ଯ୍ୟକାଳକୁ ଆଉ ତିନି ବର୍ଷ ବୃଦ୍ଧି କରାଯାଇଥିଲା। ଏହି ଛଅ ବର୍ଷ ମଧ୍ୟରେ ସେ କୋଭିଡ୍ ମହାମାରୀ, ରୁଷ୍-ୟୁକ୍ରେନ୍ ଯୁଦ୍ଧ, ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବକୁ ସଫଳତାର ସହ ପରିଚାଳନା କରିଥିଲେ।

ସୌଜନ୍ୟ-ସମ୍ୱାଦ

Comments are closed.