Stock market closed today: ମୁମ୍ବାଇ ପୌର ନିର୍ବାଚନ ପାଇଁ ଆଜି ଷ୍ଟକ୍ ବଜାର ବନ୍ଦ
ବ୍ରିହନମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମସି) ନିର୍ବାଚନ ଚାଲିଥିବାରୁ ଆଜି ବମ୍ବେ ଷ୍ଟକ୍ ବଜାରରେ କାରବାର ବନ୍ଦ ରହିଛି। ବଜାରକୁ ଆଜି ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି କିନ୍ତୁ କାରବାର ହେବ।

ମୁମ୍ବାଇ: ବ୍ରିହନମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମସି) ନିର୍ବାଚନ ଚାଲିଥିବାରୁ ଆଜି ବମ୍ବେ ଷ୍ଟକ୍ ବଜାରରେ କାରବାର ବନ୍ଦ ରହିଛି। ବଜାରକୁ ଆଜି ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି କିନ୍ତୁ କାରବାର ହେବ। ଗତକାଲି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୮୩,୩୮୨ ପଏଣ୍ଟ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୫,୬୬୫ ପଏଣ୍ଟ୍ରେ ବନ୍ଦ ହୋଇଥିଲା।
ସାତଟି ଦିନ ସେନ୍ସେକ୍ସରେ ହ୍ରାସ ଘଟିଥିଲା
ଆମେରିକା ସହ ବାଣିଜ୍ୟ ରାଜିନାମାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ସହ ବିଦେଶୀ ନିବେଶକମାନେ ଲାଗାତାର ଭାବେ ଭାରତରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଷ୍ଟକ୍ ବଜାର ସୂଚକାଙ୍କ ହ୍ରାସ ପାଇଛି। ଗତ ଆଠଟି କାରବାର ଦିନ ମଧ୍ୟରୁ ସାତଟି ଦିନ ସେନ୍ସେକ୍ସରେ ହ୍ରାସ ଘଟିଥିଲା। ଏହା ବ୍ୟତୀତ ଭୂରାଜନୈତିକ ସଙ୍କଟ, ଇରାନକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା, ଅଶୋଧିତ ତୈଳ ଦରରେ ବୃଦ୍ଧି ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା ମଧ୍ୟ ନିବେଶକମାନଙ୍କ ମନୋବଳକୁ ପ୍ରଭାବିତ କରିଛି। ଆସନ୍ତାକାଲି ସପ୍ତାହର ଶେଷ କାରବାର ଦିନ ହୋଇଥିବାରୁ ତାହା ଉପରେ ନିବେଶକମାନଙ୍କ ନଜର ରହିବ।
ସୌଜନ୍ୟ ସମ୍ବାଦ




