ଦେଶ ବିଦେଶ

Trump Takes Credit ପୁଣି ଭାରତ-ପାକିସ୍ତାନ ସଂଘର୍ଷ ରୋକିବାର ଶ୍ରେୟ ନେଲେ ଟ୍ରମ୍ପ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶ୍ରେୟ ନେଇଛନ୍ତି। ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କ ହସ୍ତକ୍ଷେପ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷକୁ ଟାଳି ଦେଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି।

ୱାଶିଂଟନ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶ୍ରେୟ ନେଇଛନ୍ତି। ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କ ହସ୍ତକ୍ଷେପ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷକୁ ଟାଳି ଦେଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି। ଟ୍ରମ୍ପ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି, ଶାହବାଜ ସରିଫ ବ୍ୟକ୍ତିଗତ ଭାବରେ ଉତ୍ତେଜନା ହ୍ରାସ କରିବା ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଟ୍ରମ୍ପ ବାରମ୍ବାର ଦାବି କରୁଛନ୍ତି ଯେ, ସେ ଗତ ବର୍ଷ ମେ’ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ରୋକିଥିଲେ। ତେବେ ଭାରତ ଲଗାତାର କହି ଆସୁଛି, ପାକିସ୍ତାନ ସହିତ ଅସ୍ତ୍ରବିରତିରେ କୌଣସି ତୃତୀୟ ଦେଶର ଭୂମିକା ନାହିଁ। ସାମରିକ ଗତିରୋଧ ବନ୍ଦ କରିବାର ନିଷ୍ପତ୍ତି ଦୁଇ ସେନାର ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା ପରେ ନିଆଯାଇଥିଲା ଏବଂ ଏଥିରେ କୌଣସି ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଭାରତ କହିଆସୁଛି।

ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଛି

ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, ଗୋଟିଏ ବର୍ଷ ମଧ୍ୟରେ ଆମେ ଆଠଟି ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛୁ। ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଛି। ଆମେ ଦୁଇଟି ପରମାଣୁ ରାଷ୍ଟ୍ର, ଭାରତ ଏବଂ ପାକିସ୍ତାନକୁ ଯୁଦ୍ଧରୁ ରୋକିଛୁ। ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଥିଲେ, ଡୋନାଲ୍ଡ ଟ୍ରମ୍ପ ଅତି କମରେ ୧ କୋଟି ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ମେ’ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ସାମରିକ ଗତିରୋଧ ପରେ ଟ୍ରମ୍ପ ଏହି ଦାବିକୁ ଅନେକ ଥର ଦୋହରାଇଛନ୍ତି। ସେ ଦାବି କରୁଛନ୍ତି ତାଙ୍କର କୂଟନୈତିକ ଚାପ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିଛି।

ଗତବର୍ଷ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ, ଭାରତ ମେ’ ୭ରେ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ପହଲଗାମ ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଏୟାର ଷ୍ଟାଇକ୍ କରିଥିଲେ। ଏଥିରେ ବାହାବଲପୁର ଓ ମୁରିଦକେରେ ଥିବା ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଶିବିର ଧ୍ବଂସ ହୋଇଯାଇଥିଲା ଭାରତର ଏୟାର ଷ୍ଟ୍ରାଇକ୍ ପରେ, ପାକିସ୍ତାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇଥିଲା, ଯାହା ଫଳରେ ଏକ ମୁହାଁମୁହିଁ ସାମରିକ ସ୍ଥିତି ସୃଷ୍ଟି ହୋଇଥିଲା।

ଭାରତ ୧୧ଟି ପାକିସ୍ତାନୀ ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା। ​​ଭାରତୀୟ ଅଧିକାରୀଙ୍କ ଅନୁଯାୟୀ, ମେ’ ୧୦ ତାରିଖରେ, ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ସଂଘର୍ଷ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button