Under-19 Men’s World Cup ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍: ଭାରତ-ବାଂଲାଦେଶ ମୁକାବିଲା ଉପରେ ସମସ୍ତଙ୍କ ନଜର
ବୁଲାବାୟୋର କ୍ବିନ୍ସ ସ୍ପୋର୍ଟ୍ସ କ୍ଲବଠାରେ ଆଜି ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍ କ୍ରିକେଟରେ ଆଜି ଭାରତ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚଟି ଭାରତୀୟ ସମୟ ଅପରାହ୍ଣ ୧ଟାରେ ଆରମ୍ଭ ହେବ।

ବୁଲାବାୟୋ: ବୁଲାବାୟୋର କ୍ବିନ୍ସ ସ୍ପୋର୍ଟ୍ସ କ୍ଲବଠାରେ ଆଜି ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍ କ୍ରିକେଟରେ ଆଜି ଭାରତ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚଟି ଭାରତୀୟ ସମୟ ଅପରାହ୍ଣ ୧ଟାରେ ଆରମ୍ଭ ହେବ। କ୍ରିକେଟକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବାବେଳେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି।
ଦୁଇ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା
ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାଦ ଦିଆଯିବା ପରେ ଦୁଇ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପୁଣି ଆସନ୍ତା ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତ କରିବାକୁ ବିସିସିଆଇ ମନା କରିଦେଇଛି। ଏହା ପରେ ବାଂଲାଦେଶ ସରକାରଙ୍କ ପରାମର୍ଶରେ ବାଂଲାଦେଶ ଦଳ ଆଗାମୀ ଟ୍ବେଣ୍ଟି-୧୦ ବିଶ୍ବକପ୍ ପାଇଁ ଭାରତ ଆସିବାକୁ ମନା କରିଦେଇଛି। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାରମ୍ବାର ବୁଝାଇବାକୁ ଉଦ୍ୟମ କରୁଥିଲେ ବି ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ଜିଦରେ ଅଡ଼ିବସିଛି। ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି କହିବା ସତ୍ତ୍ବେ ବି ବିସିବି ଅଟଳ ରହିଛି। ଏହି ଘଟଣା ପରେ ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ତିକ୍ତ ହୋଇଯାଇଛି।
ଏହି ବିବାଦ ମଧ୍ୟରେ ଆଜିର ୧୯ ବର୍ଷରୁ କମ ଭାରତ-ବାଂଲାଦେଶ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୨୦୨୦ ମସିହାରେ ବାଂଲାଦେଶ ଦଳ ଭାରତକୁ ହରାଇ ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍ ଜିତିଥିଲା। ସେହିମ୍ୟାଚରେ ଉଭୟ ଦଳ ପରସ୍ପରକୁ ସ୍ଲେଜିଂ କରିବା ପରେ ଉତ୍ତେଜନା ବଢିଥିଲା। ସେହିପରି ୨୦୨୪ ରେ ଅନୁଷ୍ଠିତ ୧୯ ବର୍ଷରୁ କମ ଏସିଆ କପରେ ବି ସମାନ ଉତ୍ତେଜନା ଦେଖାଦେଇଥିଲା। ସେବେଠାରୁ ଦୁଇଦଳର ମ୍ୟାଚରେ ବାରମ୍ବାର ଉତ୍ତେଜନା ଦେଖାଦେଉଛି। ଏପରି ସ୍ଥିତିରେ ଆଜିର ମ୍ୟାଚରେ ବି ଉତ୍ତେଜନା ଚରମରେ ରହିବା ଆଶଙ୍କା କରାଯାଉଛି।
ସୌଜନ୍ୟ ସମ୍ବାଦ




