Under-19 Twenty 20 World Cup ୧୯ ବର୍ଷରୁ କମ ଟ୍ବେଣ୍ଟି-୨୦ ବିଶ୍ବକପ : ନିଜେ ନିଜକୁ ରନ ଆଉଟ କଲେ ପାକ୍ ବ୍ୟାଟ୍ସମ୍ୟାନ

ହାରାରେ: ଜିମ୍ବାଓ୍ବେରେ ଅନୁଷ୍ଠିତ ୧୯ ବର୍ଷରୁ କମ ଟ୍ବେଣ୍ଟି-୨୦ ବିଶ୍ବକପର ଏକ ଲିଗ୍ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୩୭ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୬.୫ ଓଭରରେ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ବେନ ଡାଓକିନ୍ସ ୩୩ ରନ କରିଥିବାବେଳେ ସେଲେବ ଫାଲକନର ୬୬ ରନ କରିଥିଲେ। ଏହାର ଜବାବରେ ପାକିସ୍ତାନ ୪୬.୩ ଓଭରରେ ୧୭୩ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଫରହାନ ୟୁସୁଫ ୬୫ ରନ କରିଥିଲେ। କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ। ଇଂଲଣ୍ଡ ପକ୍ଷରୁ ଜେମ୍ସ ମିଣ୍ଟୋ, ରାଲଫି ଆଲବର୍ଟ ଓ ଆଲେକ୍ସ ଗ୍ରିନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।

ତେବେ ଏହି ମ୍ୟାଚଟି ଭିନ୍ନ ଏକ କାରଣରୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ତାହା ହେଉଛି ପାକିସ୍ତାନୀ ଟେଲଏଣ୍ଡର ବ୍ୟାଟ୍ସମ୍ୟାନ ଅଲି ରାଜାଙ୍କ ଅଜବ ରନ ଆଉଟ୍। ଏହି ରନଆଉଟକୁ ଦେଖିଲେ କୁହାଯାଇପାରିବ ଯେ ସେ ଯେପରି ନିଜେ ନିଜକୁ ଆଉଟ କରିଦେଲେ। ମ୍ୟାଚର ୪୭ତମ ଓଭରରେ ଦଳ ୧୭୩ ରନ କରିଥିବାବେଳେ ରାଜା ବିନା କୌଣସି ରନ ନେବାକୁ ଉଦ୍ୟମ କରି ହଠାତ କ୍ରିଜ୍ ବାହାରକୁ ପଳାଇଆସିଥିଲେ।

 

ଯେତେବେଳେ ତାଙ୍କୁ ରନ ଆଉଟ କରିବାକୁ ଇଂଲଣ୍ଡ ଫିଲ୍ଡର ବେନ ମେୟର୍ସ ବଲ ପକାଇଲେ ସେ ବଲକୁ କିପର ଥମାସ ରିଉଙ୍କ ହାତକୁ ଯିବାକୁ ଦେଲେ। ପରେ ରାଜା ନିଜର ଭୁଲ ବୁଝି କ୍ରିଜକୁ ଫେରିବାବେଳେ ବିଳମ୍ବ ହୋଇଯାଇଥିଲା।

ସୌଜନ୍ୟ ସମ୍ବାଦ