ଖେଳଦେଶ ବିଦେଶ

IND vs NZ: ନ୍ୟୁଜିଲାଣ୍ଡ ସିରିଜ ପରାଜୟ : ପଦାରେ ପଡ଼ିଲା ଭାରତୀୟ ଦଳର ଦୁର୍ବଳତା, ରୋହିତ, ଜାଦେଜାଙ୍କ ଫର୍ମକୁ ନେଇ ଚିନ୍ତା

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଭାରତରେ ନ୍ୟୁଜିଲାଣ୍ଡର ଏକ ଐତିହାସିକ ସିରିଜ ବିଜୟ। ତେବେ ଏହି ପରାଜୟ ଭାରତୀୟ ଦଳର ଦୁର୍ବଳତାକୁ ପଦାରେ ପକାଇଦେଇଥିବାବେଳେ କେତେକ କ୍ଷେତ୍ରରେ ଆଶା ସଂଚାର କରିଛି।

ଇନ୍ଦୋରନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଭାରତରେ ନ୍ୟୁଜିଲାଣ୍ଡର ଏକ ଐତିହାସିକ ସିରିଜ ବିଜୟ। ତେବେ ଏହି ପରାଜୟ ଭାରତୀୟ ଦଳର ଦୁର୍ବଳତାକୁ ପଦାରେ ପକାଇଦେଇଥିବାବେଳେ କେତେକ କ୍ଷେତ୍ରରେ ଆଶା ସଂଚାର କରିଛି।

ପରାଜୟ ପଛରେ ଏକ ବଡ଼ କାରଣ ହେଲା ନିସ୍ପ୍ରଭ ବୋଲିଂ

ଭାରତୀୟ ଦଳର ପରାଜୟ ପଛରେ ଏକ ବଡ଼ କାରଣ ହେଲା ନିସ୍ପ୍ରଭ ବୋଲିଂ। ଭାରତୀୟ ପିଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଆରାମରେ ଖେଳିଥିଲେ ଓ ଡାରିଲ୍ ମିଚେଲଙ୍କୁ ରୋକିବାକୁ ଭାରତୀୟ ବୋଲର ସକ୍ଷମ ହୋଇନଥିଲେ। ବୋଲିଂ ସମୟରେ ୬ଷ୍ଠ ବୋଲରଙ୍କ ଅଭାବ ଭାରତକୁ ସମସ୍ୟାରେ ପକାଇଥିଲା। ତାହାର ଫାଇଦା ନ୍ୟୁଜିଲାଣ୍ଡ ନେଇଥିଲା। ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ଆହତ ହୋଇ ବାଦ ପଡ଼ିବା ଓ ଅକ୍ଷର ପଟେଲଙ୍କ ସାମିଲ କରାନଯିବା ଦଳକୁ ସମସ୍ୟାରେ ପକାଇଥିଲା। ଦଳର ଆଉ ଏକ ଦୁର୍ବଳତା ହେଲା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଖରାପ ଫର୍ମ। ଏହି ସିରିଜରେ ଭାରତୀୟ ଦଳରେ ଦେଖାଯାଇଥିବା ସବୁଠାରୁ ବଡ଼ ସମସ୍ୟା ହେଲା ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଖରାପ ଫର୍ମ। ରୋହିତ ୩ଟି ଦିନିକିଆରେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରିନଥିଲେ। ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ ହେବାକୁ ଥିବାବେଳେ ଏହା ଭାରତୀୟ ଦ​ଳ ପାଇଁ ଚିନ୍ତାର କାରଣ ହୋଇଛି। ଏପରିକି ପ୍ରକୃତରେ ତାଙ୍କର ବିଶ୍ବକପ ଖେଳିବା ନେଇ କ୍ଷୁଧା ଅଛି କି ନା ତାହା ନେଇ ପ୍ରଶ୍ନ କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତବୋଲର ସାଇମନ ଡଲ୍ ।

ଭାରତୀୟ ଦଳ ପାଇଁ ଏକ ଶୁଭ ସୂଚନା ହେଲା ବିରାଟଙ୍କ ଭଲ ଫର୍ମ

ତେବେ ଭାରତୀୟ ଦଳ ପାଇଁ ଏକ ଶୁଭ ସୂଚନା ହେଲା ବିରାଟ କୋହଲିଙ୍କ ଭଲ ଫର୍ମ। ଦକ୍ଷିଣ ଆଫ୍ରିକା ସିରିଜ ପରେ ସେ ଏହି ସିରିଜରେ ବି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେହିପରି ନୀତୀଶ ରେଡ୍ଡି ଓ ହର୍ଷିତ ରାଣାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତ ପାଇଁ ଆଶା ସଂଚାର କରିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button