Director waiting for the chabi: ଛବିଶିର ଝଲକ: ଛବି ଅପେକ୍ଷାରେ ନିର୍ଦ୍ଦେଶକ

ଓଲିଉଡ୍‌ର ସବୁଠାରୁ ବ୍ୟସ୍ତ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କର ୨୦୨୬ରେ ‘ଗଣ୍ଡ ଭୈରବ’, ‘ମଙ୍ଗଳପୁର ଡାଏରି’, ‘ରାମରାଜ୍ୟ’ ଓ ‘ମନ୍‌ଷ୍ଟର୍’ ଆଦି ୪ଟି ଓଡ଼ିଆ ଛବି ରିଲିଜ୍ ହେବ। ଏହାଛଡ଼ା ତାଙ୍କର ଅନ୍ୟ ଏକ ଓଡ଼ିଆ ଛବି ‘ନାୟିକା’ ବି ବଡ଼ ପରଦାକୁ ଆସିବାର ସମ୍ଭାବନା ରହିଛି। ଠିକ୍ ସେହିପରି ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ‘ମୁଁ ତୁମକୁ ଭଲ ପାଏ’ ଏବଂ ‘ଆଶିକ୍ ଦିୱାନା’ ମୁକ୍ତିଲାଭ କରିପାରେ। ରମେଶ ରାଉତଙ୍କ ‘ମୁନ୍ନା ଭାଇ ବିବିଏସ୍‌ଆର୍’ ଓ ‘କାନତରାଟି’ ଏ ବର୍ଷ ପ୍ରେକ୍ଷାଳୟକୁ ଆସିପାରେ। ତା’ଛଡ଼ା  ତାଙ୍କର ନିର୍ମାଣାଧୀନ ଥିବା ଆଉ ଏକ ଓଡ଼ିଆ ଛବି ବି ଛବିଶରେ ମୁକ୍ତିଲାଭ କରିପାରେ।