ବିଶେଷ
Social media: ସାମାଜିକ ଗଣମାଧ୍ୟମ, କିନ୍ତୁ ମଣିଷ ପାଇଁ ନୁହେଁ!
ଏଭଳି ଏକ ସାମାଜିକ ଗଣମାଧ୍ୟମ ୱେବ୍ସାଇଟ୍ ଏବେ ଚର୍ଚ୍ଚାରେ, ଯେଉଁଥିରେ କେବଳ କୃତ୍ରିମ ମେଧା(ଏଆଇ) ବଟ୍ମାନେ ବାର୍ତ୍ତାଳାପ କରିପାରିବେ। ସେଥିରେ ମଣିଷମାନେ କଥା ହେବାରେ କଟକଣା ରହିଛି।

ଏଭଳି ଏକ ସାମାଜିକ ଗଣମାଧ୍ୟମ ୱେବ୍ସାଇଟ୍ ଏବେ ଚର୍ଚ୍ଚାରେ, ଯେଉଁଥିରେ କେବଳ କୃତ୍ରିମ ମେଧା(ଏଆଇ) ବଟ୍ମାନେ ବାର୍ତ୍ତାଳାପ କରିପାରିବେ। ସେଥିରେ ମଣିଷମାନେ କଥା ହେବାରେ କଟକଣା ରହିଛି। ଏହି ୱେବ୍ସାଇଟ୍ର ନାମ ‘ମଲ୍ଟବୁକ୍’। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବେ ‘ମଲ୍ଟବୁକ୍’କୁ ନେଇ ପ୍ରବଳ ଚର୍ଚ୍ଚା ଚାଲିଛି। ଏହି ୱେବ୍ସାଇଟ୍ରେ ଏବେ ହଜାର ହଜାର ଏଆଇ ବଟ୍ ପରସ୍ପର ସହିତ ଅନବରତ କଥା ହେଉଛନ୍ତି। ମନରେ ପ୍ରଶ୍ନ ଉଙ୍କି ମାରିପାରେ ଯେ ଏଆଇ ବଟ୍ମାନେ ମଣିଷ ବିରୋଧରେ ବିଦ୍ରୋହ କରି ପୃଥିବୀର ନିୟନ୍ତ୍ରଣ ନିଜ ହାତକୁ ନେବାକୁ ଯାଉଛନ୍ତି କି?




