ଖେଳ

Football: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌: ସେମିରେ ୟୁନାଇଟେଡ୍‌ କ୍ଲବ୍‌

କେନ୍ଦୁଝର ଜିଲ୍ଲା ଆନନ୍ଦପୁର କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଟାଉନ୍‌ ଷ୍ଟାଡ଼ିୟମ୍‌ରେ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଗୁରୁବାର ଗଣ୍ଡରପୁରର ୟୁନାଇଟେଡ୍‌ କ୍ଲବ୍‌ ୪-୨ ଟାଇବ୍ରେକର୍‌ରେ ମୟୂରଭଞ୍ଜର...

ଆନନ୍ଦପୁର: କେନ୍ଦୁଝରଜିଲ୍ଲା ଆନନ୍ଦପୁର କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଟାଉନ୍‌ ଷ୍ଟାଡ଼ିୟମ୍‌ରେ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଗୁରୁବାର ଗଣ୍ଡରପୁରର ୟୁନାଇଟେଡ୍‌ କ୍ଲବ୍‌ ୪-୨ ଟାଇବ୍ରେକର୍‌ରେ ମୟୂରଭଞ୍ଜର ମା’ ଆଦିଶକ୍ତି କ୍ଲବ୍‌କୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଗଣ୍ଡରପୁରର ଗୋଲ୍‌କିପର ପ୍ରିୟାଂଶୁ ସେନାପତିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ନବରଂଜନ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଖେଳରେ ଅତିଥି ଭାବେ ଆନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ କମଳ କୁମାର ପଣ୍ଡା ଓ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଧନେଶ୍ଵର ସର୍ଦ୍ଦାର, ଆଲୋକ ଦେହୁରୀ, ଚନ୍ଦନ ସାହୁ ପ୍ରମୁଖ ରେଫରି ଦାୟିତ୍ଵ ତୁଲାଇ ଥିଲେ। ଚତୁର୍ଥ ରେଫରି ଭାବେ ଆୟୁଷକାନ୍ତୀ ସ୍ଵାଇଁ ଦାୟିତ୍ଵ ତୁଲାଇଥିଲେ।

ଉପସଭାପତି ନିରାକାର ଦଳେଇ, ବିନୋଦ ମିଶ୍ର, ସମ୍ପାଦକ ଗଗନ ସିଂ, ସହସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ରମେଶ ସିଂ, ସଦସ୍ୟ ଅଶୋକ କୁମାର ରାଉଳ, ବିରଜା ପ୍ରସାଦ ନାୟକ, ଦେବବ୍ରତ କରଣ, ଅଖିଲ କୁମାର ପଟ୍ଟନାୟକ, ବସନ୍ତ କୁମାର ସାହୁ, ମନୋରଂଜନ ସିଂ, ଆଦିକନ୍ଦ ମହାକୁଡ଼, ତପନ ଜେନା, ପ୍ରସନ୍ନ କୁମାର ମିଶ୍ର, ଅନିମେଶ ମିଶ୍ର, ବାଇଧର ସେଠୀ, ଅଜୟ ସେଠୀ, ସଞ୍ଜୀମ କୁମାର ସିଂ, ସୁଦର୍ଶନ ରଣା, ମାର୍କଣ୍ଡ ସାମଲ, ସୁଶାନ୍ତ ସାମଲଙ୍କ ସହ ବହୁ ପୁରାତନ ଖେଳାଳି ସହଯୋଗ କରିଥିଲେ। ଶୁକ୍ରବାର ସମ୍ବଲପୁର ଫୁଟ୍‌ବଲ୍‌ ଏକାଡେମି ଓ ଢେଙ୍କାନାଳର ପପୁଲାର କ୍ଲବ୍‌ ମଧ୍ୟରେ ଅପରାହ୍‌ଣ ୩ଘଟିକାରେ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button