ବାଣିଜ୍ୟ

ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀଙ୍କୁ ମୁମ୍ବାଇ ସ୍ଥିତ ଘର ଜବତ କଲା ଇଡି:ଦାମ୍ ୩,୩୧୭ କୋଟି ଟଙ୍କା

Anil Ambani money laundering case: ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀଙ୍କୁ ମୁମ୍ବାଇ ସ୍ଥିତ ଘର ଜବତ କଲା ଇଡି। ଏହାର ମୂଲ୍ୟ ପ୍ରାୟ ₹୩,୭୧୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ବଙ୍ଗଳା “ଆବୋଡ୍”କୁ ଜବତ କରିଛି। ପିଟିଆଇ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ₹୩,୭୧୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲା ତାଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ (RCOM) ଉପରେ ଲାଗିଥିବା ବ୍ୟାଙ୍କ ଠକେଇ ଅଭିଯୋଗ ସହ ଜଡିତ। ଅନିଲ ଅମ୍ବାନୀ ₹୪୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତଦନ୍ତା ଜାରି ରହିଛି।

ଅନିଲ ଅମ୍ବାନୀଙ୍କ ବଙ୍ଗଳା ମୁମ୍ବାଇର ସବୁଠାରୁ ହାଇପ୍ରୋଫାଇଲ୍ ଏରିଆ ପାଲି ହିଲରେ ଅବସ୍ଥିତ। ୬୬ ମିଟର ଉଚ୍ଚତା ବିଶିଷ୍ଟ ଏହି ବଙ୍ଗଳାର ୧୭ ମହଲା ଅଛି। ଏହାକୁ ଦେଶର ସବୁଠାରୁ ମହଙ୍ଗା ଆବାସିକ ସମ୍ପତ୍ତି ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମ୍ପତ୍ତି ଜବତ କରିବା ପାଇଁ ଏକ ଅସ୍ଥାୟୀ ନିର୍ଦ୍ଦେଶ ଜାରି କରିଛି। ବ୍ୟାଙ୍କ ଠକେଇର ଦୀର୍ଘ ତଦନ୍ତ ପରେ କେନ୍ଦ୍ରୀୟ ସଂସ୍ଥା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।

ଇଡିର ଏହି କାର୍ଯ୍ୟାନୁଷ୍ଠାନ ରିଲାଏନ୍ସ କମ୍ୟୁନିକେସନ୍ସ (RCOM) ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଉପରେ ଚାଲିଥିବା ତଦନ୍ତର ଏକ ଅଂଶ। ଅଭିଯୋଗ ହେଉଛି ଯେ ବ୍ୟାଙ୍କ ଠାରୁ ନିଆଯାଇଥିବା ଋଣର ଅପବ୍ୟବହାର କରାଯାଇଛି। ଏବଂ ଅନ୍ୟ ଉଦ୍ଦେଶ୍ୟରେ ବ୍ୟାଙ୍କ ଟଙ୍କାକୁ ବ୍ୟବହାର କରାଯାଇଛି। ଏନେଇ ଇଡି କିଛି ସପ୍ତାହ ହେଲାଣି ଅନିଲ ଅମ୍ବାନୀ ଏବଂ ତାଙ୍କ ଗ୍ରୁପର ଆର୍ଥିକ କାରବାରର ତଦନ୍ତ କରୁଛି। ଏହି ମାମଲାରେ ପୂର୍ବରୁ ଅମ୍ବାନୀଙ୍କୁ ପଚରାଉଚରା କରାଯାଇଛି। ଆରକମ୍ ବହୁ ବର୍ଷ ଧରି ଆର୍ଥିକ ଅସୁବିଧା ସହିତ ସଂଘର୍ଷ କରୁଛି। ଯଥେଷ୍ଟ ଋଣ ଭାରରେ ବୁଡ଼ି ରହିଥିବା ଏହି କମ୍ପାନୀ ବର୍ତ୍ତମାନ ଦେବାଳିଆ ପ୍ରକ୍ରିୟା ଦେଇ ଗତି କରୁଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button