ମନୋରଞ୍ଜନ

Jewelry: ଅଳଙ୍କାରରେ ‘ଅପେକ୍ଷା’

‘କଟକ ୱେଡ୍‌ସ ସମ୍ବଲପୁର’ ଓ ‘ମହାବାହୁ’ ପରି ଚଳଚ୍ଚିତ୍ରର ସହପ୍ରଯୋଜକ କେ. ତମନ୍ନାଙ୍କ ପ୍ରଯୋଜିତ ‘ଅପେକ୍ଷା’ ଅଳଙ୍କାର ଚ୍ୟାନେଲ‌ରେ ମାର୍ଚ୍ଚ ୧ ତାରିଖରେ ପ୍ରଦର୍ଶିତ ହେବ। ଏହାର ପ୍ରିମିୟର୍ ଗତ ୬ ତାରିଖରେ ରାୟଗଡ଼ାରେ ଅନୁଷ୍ଠିତ ହୋଇଥିଲା।

କଟକ ୱେଡ୍‌ସ ସମ୍ବଲପୁର’ ଓ ‘ମହାବାହୁ’ ପରି ଚଳଚ୍ଚିତ୍ରର ସହପ୍ରଯୋଜକ କେ. ତମନ୍ନାଙ୍କ ପ୍ରଯୋଜିତ ‘ଅପେକ୍ଷା’ ଅଳଙ୍କାର ଚ୍ୟାନେଲ‌ରେ ମାର୍ଚ୍ଚ ୧ ତାରିଖରେ ପ୍ରଦର୍ଶିତ ହେବ। ଏହାର ପ୍ରିମିୟର୍ ଗତ ୬ ତାରିଖରେ ରାୟଗଡ଼ାରେ ଅନୁଷ୍ଠିତ ହୋଇଥିଲା। ଏହାର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଆନନ୍ଦ କୁମାର। ଆଶୁତୋଷ ବାରିକ କାହାଣୀ ଓ ସଂଳାପ ଲେଖିଥିବାବେଳେ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି।

ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଚିରାଗ, ଇପ୍‌ସିତା ସାହୁ ଓ ଉମାକାନ୍ତ ବାରିକ। ଜଣେ ସଂଘର୍ଷରତ କଳାକାର ଓ ପ୍ରତିଷ୍ଠିତ ନାୟିକାଙ୍କ ପ୍ରେମକାହାଣୀକୁ ନେଇ ‘ଅପେକ୍ଷା’ ନିର୍ମିତ। ଏହି ସିନେମାରେ ନବାଗତ ସାର୍ଥକ, ଶୁଭାଙ୍ଗୀ, ଚୌଧୁରୀ ବିକାଶ ଦାସ, ପୁ‌ଷ୍ପା ପଣ୍ଡା, ପ୍ରଦୀପ ଦେବତା, ରତନ ମେହେର, ଶକ୍ତି ବରାଳ, ଗୁଡ଼ୁ, ଟୁନା ଟନ ଟନ ଓ ରମେଶ ନାୟକ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବବି ଇସଲାମ୍ ଏହାର ନୃତ୍ୟ ନିର୍ଦ୍ଦେଶକ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button