ମନୋରଞ୍ଜନ

Jayaprakash: ଖଳନାୟକ ଭୂମିକାରେ ଜୟପ୍ରକାଶ

ଓଲିଉଡ୍‌ର ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ ସିନେଜଗତରେ ପ୍ରାୟ ୪୦ ବର୍ଷ ପୂରଣ କରିଲେଣି। ଅଧିକାଂଶ ଛବିରେ ଚରିତ୍ର ଅଭିନେତା ଭାବେ ନଜର ଆସିଥିବା ଜୟପ୍ରକାଶଙ୍କୁ ଦର୍ଶକ ଉଭୟ ସିରିଅସ୍ ଓ କମେଡି ରୋଲ୍‌ରେ ବି ପସନ୍ଦ କରୁଛନ୍ତି।

ଓଲିଉଡ୍‌ର ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ ସିନେଜଗତରେ ପ୍ରାୟ ୪୦ ବର୍ଷ ପୂରଣ କରିଲେଣି। ଅଧିକାଂଶ ଛବିରେ ଚରିତ୍ର ଅଭିନେତା ଭାବେ ନଜର ଆସିଥିବା ଜୟପ୍ରକାଶଙ୍କୁ ଦର୍ଶକ ଉଭୟ ସିରିଅସ୍ ଓ କମେଡି ରୋଲ୍‌ରେ ବି ପସନ୍ଦ କରୁଛନ୍ତି। କଳାତ୍ମକ ହେଉ କି ବ୍ୟାବସାୟିକ, ଏବେ ସବୁ ଶ୍ରେଣୀର ନିର୍ଦ୍ଦେଶକଙ୍କ ପସନ୍ଦ ବି ସେ। ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ନିର୍ଦ୍ଦେଶିତ ଏକମାତ୍ର ଓଡ଼ିଆ ଛବି ‘ଭୁଲି ହୁଏନା’ (୧୯୮୭)ରେ ଖଳନାୟକ ଭୂମିକାରେ ଅଭିନୟ କରି ଓଲିଉଡରେ ପଦାର୍ପଣ କରିଥିଲେ ଜୟପ୍ରକାଶ।

ଏବେ ତାଙ୍କୁ ପୁଣି ଦର୍ଶକ ଏକ ଓଡ଼ିଆ ଛବିରେ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ। ସନ୍ତୋଷ ବିଶ୍ବାଳଙ୍କ ନିର୍ଦ୍ଦେଶିତ ‘ଲାଡ୍ଡୋ’ରେ ସେ ଗାଁର ଖଳ ପ୍ରକୃତିର ମୁଖିଆ ଡମ୍ବରୁ ଚରିତ୍ର ନିଭାଇଛନ୍ତି। କାହାଣୀର ନାୟକ ଲାଡ୍ଡୋ (ଶୁଭମ୍ ସାଗର) ଜଙ୍ଗଲ ଜମିର ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଥିବା ବେଳେ ତାକୁ ବିରୋଧ କରି ମୁଖିଆ ପ୍ରତିପକ୍ଷ କଂପାନି ସହ ହାତ ମିଳାନ୍ତି। ଆଉ ଏଥିରେ ତାଙ୍କୁ ସାଥ୍ ଦିଏ ତାଙ୍କ ପୁଅ (କେକେ)। କିନ୍ତୁ ସେମାନେ କ’ଣ ଲାଡ୍ଡୋକୁ ରୋକି ପାରନ୍ତି? ତେବେ ଶେଷରେ କିଏ ବାଜି ମାରେ, ତାହା ଫିଲ୍ମର କ୍ଲାଇମାକ୍‌ସରେ ଦେଖିବାକୁ ମିଳିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button