ଦେଶ ବିଦେଶ

Iran-US war: ଇରାନ-ଆମେରିକା ଯୁଦ୍ଧ: କୁଏତ୍‌ରେ ଦୂତାବାସ ବନ୍ଦ କଲା ଆମେରିକା

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବ୍ୟାପକ ହେଉଥିବାବେଳେ ଇରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଓ ଅନ୍ୟ ପ୍ରତିଷ୍ଠାନ ଉପରେ ଲଗାତାର ଆକ୍ରମଣ କରୁଛି। ଏହାକୁ ଲକ୍ଷ୍ୟ କରି ଆମେରିକା କୁଏତ୍‌ରେ ଥିବା ଏହାର ଦୂତାବାସ ବନ୍ଦ କରିଦେଇଛି।

ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବ୍ୟାପକ ହେଉଥିବାବେଳେ ଇରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଓ ଅନ୍ୟ ପ୍ରତିଷ୍ଠାନ ଉପରେ ଲଗାତାର ଆକ୍ରମଣ କରୁଛି। ଏହାକୁ ଲକ୍ଷ୍ୟ କରି ଆମେରିକା କୁଏତ୍‌ରେ ଥିବା ଏହାର ଦୂତାବାସ ବନ୍ଦ କରିଦେଇଛି। ୟୁଏସ୍‌ ଷ୍ଟେଟ୍‌ ଡିପାର୍ଟେମଣ୍ଟ ପକ୍ଷରୁ କୁହାଯାଇଛି ଯେ, ଆମେରିକା କର୍ମଚାରୀ ଆହତ ହୋଇନଥିଲେ ମଧ୍ୟ ବିଦେଶରେ ଥିବା ଏହାର ନାଗରିକଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି।

ଆମେରିକା ନାଗରିକଙ୍କୁ ଉଦ୍ଧାର କରିବାକୁ ଅଧିକ ଚାର୍ଟର ବିମାନର ବ୍ୟବସ୍ଥା କରାଯିବ

ସେହିପରି ଯୁଦ୍ଧରତ ଅଞ୍ଚଳରେ ଆମେରିକାର ନାଗରିକଙ୍କ ସୁରକ୍ଷାକୁ ନେଇ ଟ୍ରମ୍ପ ପ୍ରଶାସନକୁ ଦେଶ ଭିତରେ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ୁଥିବାବେଳେ ଷ୍ଟେଟ ଡିପାର୍ଟମେଣ୍ଟ ପକ୍ଷରୁ ଏହାର ନାଗରିକଙ୍କୁ ଆଶ୍ବାସନା ଦିଆଯାଇଛି ଯେ, ମଧ୍ୟପ୍ରାଚ୍ୟରେ ଫସି ରହିଥିବାର ଆମେରିକା ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଅଧିକ ଚାର୍ଟର ବିମାନର ବ୍ୟବସ୍ଥା କରାଯିବ। ଏହାସହିତ ସଡ଼କ ପଥରେ ମଧ୍ୟ ନାଗରିକଙ୍କୁ ଉଦ୍ଧାର କରାଯିବ। ସେହିପରି ଆମେରିକା ଇରାନ ଡ୍ରୋନ୍‌ଠାରୁ ସୁରକ୍ଷା ପାଇଁ ୟୁକ୍ରେନଠାରୁ ସହାୟତା ମାଗିଥିବା ଜଣାପଡ଼ିଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର୍‌ ଜେଲେନସ୍କି ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବାବେଳେ ସାହେଦ ଡ୍ରୋନ୍‌ଠାରୁ ସୁରକ୍ଷା ପାଇଁ ଆମେରିକା ତାକୁ ସହାୟତା ମାଗିିଛି। ସେହିପରି ମଧ୍ୟପ୍ରାଚ୍ୟରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଶୁକ୍ରବାର ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ୧୭ଟି ବିମାନ ଚଳାଚଳ କରିବ। ଦୁବାଇ, ଜେଦା, ସାରଜାହ, ଫୁଜାଇରାହ ପରି ସହରରୁ ଭାରତକୁ ଏହି ବିମାନ ଆସିବ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ମଧ୍ୟ ମସ୍କଟ, ଦୁବାଇ ଓ ରାସ୍‌ଅଲ ଖାଇମାହ ସହରରୁ ବିମାନ ଚଳାଚଳ ଜାରି ରଖିବ ବୋଲି କହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button