IPL 2026: ଦୁଇଟି ପର୍ଯ୍ୟାୟରେ ଖେଳାଯିବ, ଏହି ତାରିଖରେ ହେବ କାର୍ଯ୍ୟସୂଚୀ ଘୋଷଣା
ଟି-୨୦ ବିଶ୍ଵକପ୍ ୨୦୨୬ ସମାପନ ପରେ ଏବେ IPL 2026କୁ ନେଇ ଚର୍ଚ୍ଚା ଜୋର ଧରିଛି। ମାର୍ଚ୍ଚ ୨୮ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିଲେ ହେଁ ଏ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା ହୋଇନି। ତେଣୁ କାର୍ଯ୍ୟସୂଚୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଖବର ଆସିଥିଲା ଯେ ଲିଗର ଆଗାମୀ ସିଜିନର କାର୍ଯ୍ୟସୂଚୀ ରବିବାର ଦିନ, T20 ବିଶ୍ୱକପ୍ ଫାଇନାଲ ଦିନ ଜାରି ହେବ।

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୬ ସମାପନ ପରେ ଏବେ IPL 2026କୁ ନେଇ ଚର୍ଚ୍ଚା ଜୋର ଧରିଛି। ମାର୍ଚ୍ଚ ୨୮ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିଲେ ହେଁ ଏ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା ହୋଇନି। ତେଣୁ କାର୍ଯ୍ୟସୂଚୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଖବର ଆସିଥିଲା ଯେ ଲିଗର ଆଗାମୀ ସିଜିନର କାର୍ଯ୍ୟସୂଚୀ ରବିବାର ଦିନ, T20 ବିଶ୍ୱକପ୍ ଫାଇନାଲ ଦିନ ଜାରି ହେବ। କିନ୍ତୁ ତାହା ହୋଇ ନ ଥିଲା। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସଚିବ ଦେବଜିତ ସାଇକିଆ କାର୍ଯ୍ୟସୂଚୀ ସମ୍ପର୍କରେ ମଙ୍ଗଳବାର ବଡ଼ ଅପଡେଟ୍ ଦେଇଛନ୍ତି।
ପ୍ରଥମ ୨୦ ଦିନର କାର୍ଯ୍ୟସୂଚୀ
ସମାଚାର ଏଜେନ୍ସି IANS ସହିତ ଆଲୋଚନା ବେଳେ BCCI ସଚିବ କହିଛନ୍ତି, ଆମେ ମାର୍ଚ୍ଚ ୧୨ ସୁଦ୍ଧା IPL 2026 କାର୍ଯ୍ୟସୂଚୀ ଜାରି କରିବାକୁ ଯୋଜନା କରୁଛୁ। ବର୍ତ୍ତମାନ ପାଇଁ, ଆମେ ପ୍ରଥମ ୨୦ ଦିନର କାର୍ଯ୍ୟସୂଚୀ ପ୍ରକାଶ କରିବୁ। କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ, କାର୍ଯ୍ୟସୂଚୀ ଦୁଇଟି ପର୍ଯ୍ୟାୟରେ ପ୍ରକାଶ କରାଯିବ। IPL ଗଭର୍ଣ୍ଣିଂ କାଉନସିଲ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀକୁ ମଞ୍ଜୁରୀ ଦେଇଛି। ତଥାପି, ବର୍ତ୍ତମାନ ପାଇଁ କେବଳ ପ୍ରଥମ ୨୦ ଦିନର କାର୍ଯ୍ୟସୂଚୀ ପ୍ରକାଶ କରାଯିବ।
ନିର୍ବାଚନ ପାଇଁ ସମସ୍ୟା
ଉଲ୍ଲେଖନୀୟ ନିର୍ବାଚନ ଯୋଗୁଁ IPL ସୂଚୀ ପ୍ରକାଶ କରିବାରେ ବିଳମ୍ବ ହେଉଛି। ନିର୍ବାଚନ ଯୋଗୁଁ ବିଭିନ୍ନ ପର୍ଯ୍ୟାୟରେ ସୂଚୀ ପ୍ରକାଶ କରାଯିବ। କାରଣ ଯେ ଚଳିତ ବର୍ଷ ଅର୍ଥାତ୍ ୨୦୨୬ରେ ପଶ୍ଚିମବଙ୍ଗ, ଆସାମ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି IPL ସୂଚୀ ପ୍ରସ୍ତୁତ କରାଯାଉଛି। ଏହି ତିନୋଟି ରାଜ୍ୟରେ IPL ମ୍ୟାଚ୍ ଖେଳାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ଲିଗ୍ କେବେ ଆରମ୍ଭ ହୋଇପାରେ ?
ପୂର୍ବ ସୂଚନା ଅନୁଯାୟୀ, IPLର ଆଗାମୀ ସିଜିନ୍ ମାର୍ଚ୍ଚ ୨୮ ତାରିଖରେ ଆରମ୍ଭ ହୋଇପାରେ, ଫାଇନାଲ୍ ମ୍ୟାଚ୍ ମେ ୩୧ରେ ଖେଳାଯିବାର ଆଶା କରାଯାଉଛି। ତେବେ ସରକାରଙ୍କ ପକ୍ଷରୁ ନିର୍ବାଚନ ତାରିଖ ସୂଚୀ ପ୍ରକାଶ ପାଇବା ପରେ ହିଁ ପ୍ରକୃତ ତାରିଖ ପ୍ରକାଶ ପାଇବ। ଟୁର୍ଣ୍ଣାମେଣ୍ଟ କେବେ ଆରମ୍ଭ ହେବ ଏବଂ କେତେ ପର୍ଯ୍ୟାୟରେ ସୂଚୀ ପ୍ରକାଶ ପାଇବ ତାହା ଦେଖିବା ବାକି ରହିଲା।
ସୌଜନ୍ୟ Prameya News7




