ଖେଳ

Sri Lanka-Afghanistan series cancelled: ଯୁଦ୍ଧ ପାଇଁ ଶ୍ରୀଲଙ୍କା-ଆଫଗାନିସ୍ତାନ ଶୃଙ୍ଖଳା ବାତିଲ

ଯୁଦ୍ଧ ଯୋଗୁଁ ଚଳିତ ମାସରେ ୟୁଏଇରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ସ୍ଥଗିତ ରଖାଯାଇଛି। ଏ ନେଇ ଆଫଗାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କାବୁଲଯୁଦ୍ଧ ଯୋଗୁଁ ଚଳିତ ମାସରେ ୟୁଏଇରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ସ୍ଥଗିତ ରଖାଯାଇଛି। ଏ ନେଇ ଆଫଗାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଉଭୟ ଦଳ ମାର୍ଚ୍ଚ ୧୩ରୁ ୨୫ ମଧ୍ୟରେ ତିନୋଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ ଖେଳିବାର ଥିଲା। ଟ୍ବେଣ୍ଟି-୨୦ ଶୃଙ୍ଖ​ଳା ସାରଜାଠାରେ ମାର୍ଚ୍ଚ ୧୩, ୧୫ ଓ ୧୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। ସେହିପରି ଦିନିକିଆ ଶୃଙ୍ଖଳା ଦୁବାଇରେ ମାର୍ଚ୍ଚ ୨୦,୨୨ ଓ ୨୫ ତାରିଖରେ ଖେଳାଯିବାର ଯୋଜନା ହୋଇଥିଲା।

ୟୁଏଇରୁ ଶ୍ରୀଲଙ୍କାକୁ ବିମାନ ଚଳାଚଳ ବନ୍ଦ ଥିବାରୁ ଏ ନିଷ୍ପତ୍ତି ନିଆଯାଇଛି

ତେବେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ପରେ ଉପୁଜିଥିବା ଫ୍ଲାଇଟ୍‌ ଓ ଲଜିଷ୍ଟିକ୍ସ ସମସ୍ୟା ଓ ଖେଳାଳିଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଶୃଙ୍ଖଳାକୁ ବାତିଲ କରାଯାଇଛି। ଏ ସମ୍ପର୍କରେ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡର ସିଇଓ ନସିବ ଖାଁ କହିଛନ୍ତି ଯେ ୟୁଏଇରେ ଏହି ଶୃଙ୍ଖ​ଳା ଆୟୋଜନ କରିବା ସମ୍ଭବ ନ ହେବା ପରେ ଶ୍ରୀଲଙ୍କାରେ ଆୟୋଜନ ପାଇଁ ବିଚାର କରାଯାଇଥିଲା। କିନ୍ତୁ ୟୁଏଇରୁ ଶ୍ରୀଲଙ୍କାକୁ ବିମାନ ଚଳାଚଳ ବନ୍ଦ ଥିବାରୁ ଏବଂ କମ ସମୟ ମଧ୍ୟରେ ଆୟୋଜନ ସମ୍ଭବ ନ ଥିବାରୁ ଶେଷରେ ବାଧ୍ୟ ହୋଇ ଶୃଙ୍ଖଳାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button