ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବରେ ଭାରତରେ ଏଲ୍ପିଜି ଗ୍ୟାସ୍ର ଅଭାବ ଦେଖାଦେଇଛି। ସରକାର ଯଦିଓ ଅଭାବକୁ ଖଣ୍ଡନ କରୁଛନ୍ତି, କିନ୍ତୁ ଲୋକମାନେ ଆତଙ୍କିତ ହୋଇ ବୁକିଂ କରୁଛନ୍ତି। ଗ୍ୟାସ୍ ନ ପାଇ ନିରାଶ ହେଉଛି। ଏହି ଗମ୍ଭୀର ସମୟରେ ଆବଶ୍ୟକତାଠାରୁ ଅଧିକ ଗ୍ୟାସ୍ ମହଜୁଦ ରଖିବା ଓ କଳାବଜାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର କହିଛନ୍ତି। ଗ୍ୟାସ୍ ସ୍ଥିତିକୁ ନେଇ କେନ୍ଦ୍ର ଗୃହ ସଚିବ, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

