ମନୋରଞ୍ଜନ

Aadhav Arjuna: ବିଜୟଙ୍କୁ ୯୦ ଆସନ ଓ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବ

ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଆଗକୁ ଥିବାବେଳେ ବିଜେପି ଏଠାରେ କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି। ବିଜେପି ଟିଭିକେ ମୁଖ୍ୟ ତଥା ଅଭିନେତା ବିଜୟଙ୍କ ସହିତ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛି।

ତାମିଲନାଡ଼ୁ: ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଆଗକୁ ଥିବାବେଳେ ବିଜେପି ଏଠାରେ କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି। ବିଜେପି ଟିଭିକେ ମୁଖ୍ୟ ତଥା ଅଭିନେତା ବିଜୟଙ୍କ ସହିତ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଟିଭିକେକୁ ବିଜେପି ନିଜ ସହିତ ମେଣ୍ଟ କରିବାକୁ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଓ ୯୦ ଆସନରେ ଲଢିବାକୁ ପ୍ରସ୍ତାବ ଦେଇଥିବା ଟିଭିକେ ନିର୍ବାଚନ ପ୍ରଚାର ପରିଚାଳନା ଦାୟିତ୍ବରେ ଥିବା ଅଧବ ଅର୍ଜୁନ ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଜେପି ଟିଭିକେକୁ ଏନ୍‌ଡିଏରେ ସାମିଲ କରିବାକୁ ଚାହୁଛି

ତଥାପି ବିଜୟ ଏଥିରେ ରାଜି ହୋଇନଥିବା ଅଧବ କହିଛନ୍ତି। ଅଧବ ଏକ ଜନସଭାରେ ଏହା କହିଥିଲେ ମଧ୍ୟ ବିଜେପି ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି। ବିଜେପି ଟିଭିକେକୁ ଏନ୍‌ଡିଏରେ ସାମିଲ କରିବାକୁ ଚାହୁଛି। ତେବେ ବିଜୟ ନିରପେକ୍ଷ ତଥା ସାମାଜିକ ନ୍ୟାୟ ଆଧାରରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହୁଁଥିବାରୁ ବିଜେପିର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଅଧବ କହିଛନ୍ତି। ଟିଭିକେ ସମସ୍ତ ୨୩୪ ଆସନରେ ଲଢ଼ିବ ବୋଲି ବିଜୟ ଚାହୁଛନ୍ତି। ଏହାପୂର୍ବରୁ ଅଧବ ଅଭିନେତା ରଜନୀକାନ୍ତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button