ଖେଳଜାତୀୟ

IPL 2026 : ସଞ୍ଜୁଙ୍କୁ ଭାଇସ୍ କ୍ୟାପ୍ଟେନ୍ କରିବ ଚେନ୍ନାଇ ! ପୂର୍ବତନ କ୍ରିକେଟର କହିଦେଲେ ସିକ୍ରେଟ୍

କୁମ୍ବଲେ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ସୁନିଲ ଗାଭାସ୍କରଙ୍କଠୁ ଆରମ୍ଭ କରି ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ପାଖରେ ପହଁଚିଛି । ନୂଆ ତାରକା ଦଳକୁ ଆଗକୁ ନେଉଛନ୍ତି । ସଞ୍ଜୁ କେରଳରୁ ଆସିଛନ୍ତି । ସେ ଭଲ ତାମିଲ କହିପାରିବେ । ଦଳରେ ସେ ଭଲ ଭୂମିକା ନିଭାଇପାରିବେ ।

ଚେନ୍ନାଇ, ୧୯ /୦୩: ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇଛନ୍ତି ସଞ୍ଜୁ ସାମସନ୍ । ସେ ସିଏସକେରେ ସାମିଲ ହେଲା ପରେ ଅନେକ ଚର୍ଚ୍ଚା । ତାଙ୍କୁ ଦଳ କ୍ୟାପ୍ଟେନ୍ କରିବ ବୋଲି କୁହାଯାଉଛି । କିନ୍ତୁ ଏହା ଭିତରେ ଭାରତୀୟ ଦଳର ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ବଡ କଥା କହିଛନ୍ତି ।

ଅଧିନାୟକ ହେବେନି ସଞ୍ଜୁ

ସାମସନ୍ ପୂର୍ବରୁ ରାଜସ୍ଥାନରେ ଥିଲେ । ସେ ରାଜସ୍ଥାନର ମଙ୍ଗ ସମ୍ଭାଳୁଥିଲେ । ପରେ ସିଏସକେ ତାଙ୍କୁ କ୍ରୟ କରିଥିଲା । ତାଙ୍କ ଜାଗାରେ ସାମ୍ କରନ୍ ଏବଂ ରବୀନ୍ଦ୍ର ଜାଡେଜା ରାଜସ୍ଥାନରେ ସାମିଲ ହୋଇଥିଲେ ।

ତେବେ କୁମ୍ବଲେ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ସୁନିଲ ଗାଭାସ୍କରଙ୍କଠୁ ଆମ୍ଭ କରି ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ପାଖରେ ପହଁଚିଛି । ନୂଆ ତାରକା ଦଳକୁ ଆଗକୁ ନେଉଛନ୍ତି । ସଞ୍ଜୁ କେରଳରୁ ଆସିଛନ୍ତି । ସେ ଭଲ ତାମିଲ କହିପାରିବେ । ଦଳରେ ସେ ଭଲ ଭୂମିକା ନିଭାଇପାରିବେ ।

ସଞ୍ଜୁ ସିଏସକେରେ ସାମିଲ ହେବା ବହୁତ ଭଲ କଥା । ଚେନ୍ନାଇର ଫ୍ୟାନ୍ ଏବଂ ଫଲୋଇଂ ବୃଦ୍ଧି ପାଇବ । ଧୋନୀଙ୍କ ଭଳି ସାମସନ୍ ଓ୍ୱିକେଟ୍ କିପର୍ ବ୍ୟାଟର୍ । ଚେନ୍ନାଇରେ ସଞ୍ଜୁଙ୍କୁ ଉପ ଅଧିନାୟକ ଭୂମିକା ସବୁଠୁ ବେଶି ମାନିବ । ଏହା ତାଙ୍କ ପାଇଁ ପରଫେକ୍ଟ୍ ରୋଲ୍ ହେବ । ରାଜସ୍ଥାନରେ ସେ ଦୀର୍ଘ ଦିନ ହେବ ଅଧିନାୟକ ଥିଲେ । ଧୋନୀଙ୍କ ପରେ ଏବେ ସିଏସକେ ଋତୁରାଜ ଗାଏକଓ୍ୱାଡ ସମ୍ଭାଳୁଛନ୍ତି ।

ସଞ୍ଜୁ କରିବେ କିପିଂ

କୁମ୍ବଲେ ଆହୁରି କହିଛନ୍ତି ଯେ, ସଞ୍ଜୁଙ୍କୁ ଧୋନୀ କିପର ଦାୟିତ୍ୱ ଦେଇପାରନ୍ତି । ଯଦି ଏପରି ହୁଏ କୁମ୍ବଲେ ଆଶ୍ଚର୍ଯ୍ୟ ହେବେ ନାହିଁ । ଏହାଦ୍ୱାରା ସେ ଅନେକ କିଛି ଶିଖିବାକୁ ପାଇବେ । ଯଦି ଋତୁରାଜ ଆହତ ହୁଅନ୍ତି ତାହାଲେ ସଞ୍ଜୁ ଅଧିନାୟକ ହୋଇପାରିବେ । ଧୋନୀଙ୍କ ଜାଗାରେ ଋତୁରାଜ ଦଳର ଆଗାମୀ ଦିନରେ ଭବିଷ୍ୟତ ହେବେ ବୋଲି କୁମ୍ବଲେ ପ୍ରକାଶ କରିଛନ୍ତି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button