ଦେଶ ବିଦେଶରାଜନୀତି

Prime Minister: ଆମକୁ ଭଲ ପାଉଥିଲେ, ମୋଦୀଜୀଙ୍କୁ ବିବାହ କଲେ’: ଦେବେଗୌଡ଼ାଙ୍କ ପ୍ରତି ଖଡ଼ଗେଙ୍କ ମନ୍ତବ୍ୟରେ ହସିଲେ ପ୍ରଧାନମନ୍ତ୍ରୀ

ବିଦାୟୀ ସଦସ୍ୟ ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ହାଲୁକା ମନ୍ତବ୍ୟ ଯୋଗୁଁ ଆଜି ରାଜ୍ୟସଭାରେ ହସ ଫୁଟିଛି। ସଂସଦର ଉଚ୍ଚ ସଦନରେ ବିରୋଧୀ ଦଳ ନେତା ଖଡ଼ଗେ ଆଜି ତାଙ୍କର ବିଦାୟୀ ଭାଷଣ ପ୍ରଦାନ କରିଥିଲେ।

ନୂଆଦିଲ୍ଲୀ: ବିଦାୟୀ ସଦସ୍ୟ ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ହାଲୁକା ମନ୍ତବ୍ୟ ଯୋଗୁଁ ଆଜି ରାଜ୍ୟସଭାରେ ହସ ଫୁଟିଛି। ସଂସଦର ଉଚ୍ଚ ସଦନରେ ବିରୋଧୀ ଦଳ ନେତା ଖଡ଼ଗେ ଆଜି ତାଙ୍କର ବିଦାୟୀ ଭାଷଣ ପ୍ରଦାନ କରିଥିଲେ। ଏହା ପରେ କଂଗ୍ରେସ ସଭାପତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା ଓ ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ବିଷୟରେ କହିଥିଲେ, ଯେଉଁମାନଙ୍କର ରାଜ୍ୟସଭାରେ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ ପାୱାର ଗୃହକୁ ଫେରିବାକୁ ଯାଉଛନ୍ତି।

ଖଡ଼ଗେ କହିଛନ୍ତି, ଦେବେଗୌଡା ପ୍ରଧାନମନ୍ତ୍ରୀ ଥିଲେ ଓ ଅନ୍ୟାନ୍ୟ ପଦବୀରେ କାର୍ଯ୍ୟ କରିଥିଲେ। ମୁଁ ତାଙ୍କୁ ୫୪ ବର୍ଷ ଧରି ଜାଣିଛି ଓ ତାଙ୍କ ସହ କାମ କରିଛି। କିନ୍ତୁ କ’ଣ ହେଲା ମୁଁ ଜାଣେ ନାହିଁ- ସେ ଆମକୁ ଭଲ ପାଉଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିବାହ କଲେ।

ରାଜ୍ୟସଭାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ମଧ୍ୟ ହସୁଥିବାର ଦେଖିବାକୁ ମିଳିଥିଲା। ତେବେ ଦେବେଗୌଡ଼ା ଖଡ଼ଗେଙ୍କ ମନ୍ତବ୍ୟର ଉତ୍ତରରେ କହିଛନ୍ତି, ପ୍ରଥମ ବିବାହରେ ମୋତେ ଦୁର୍ବ୍ୟବହାର ମିଳିଲା, ତେଣୁ ଛାଡ଼ପତ୍ର ଦେଇ ଦ୍ବିତୀୟ ବିବାହ କରିବାକୁ ପଡ଼ିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button