ଖେଳଜାତୀୟ

Wrestler hanged in Iran: ଇରାନରେ କୁସ୍ତିଯୋଦ୍ଧାଙ୍କୁ ଫାଶୀ

ଇରାନରେ ଜଣେ କୁସ୍ତିଯୋଦ୍ଧାଙ୍କ ସମେତ ମୋଟ ତିନିଜଣଙ୍କୁ ସର୍ବସମ୍ମୁଖରେ ଫାଶୀ ଦିଆଯାଇଛି। ଏହି ୧୯ ବର୍ଷୀୟ କୁସ୍ତିଯୋଦ୍ଧା ହେଉଛନ୍ତି ସାଲେ ମୋହମ୍ମଦୀ। ଗତ ଜାନୁଆରି ମାସରେ ସେ ଓ ଆଉ ଦୁଇଜଣ ବିକ୍ଷୋଭକାରୀ ଦୁଇଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

କୋମ୍‌ଇରାନରେ ଜଣେ କୁସ୍ତିଯୋଦ୍ଧାଙ୍କ ସମେତ ମୋଟ ତିନିଜଣଙ୍କୁ ସର୍ବସମ୍ମୁଖରେ ଫାଶୀ ଦିଆଯାଇଛି। ଏହି ୧୯ ବର୍ଷୀୟ କୁସ୍ତିଯୋଦ୍ଧା ହେଉଛନ୍ତି ସାଲେ ମୋହମ୍ମଦୀ। ଗତ ଜାନୁଆରି ମାସରେ ହୋଇଥିବା ସରକାରୀ ବିରୋଧୀ ଆନ୍ଦୋଳନ ସମୟରେ ସେ ଓ ଆଉ ଦୁଇଜଣ ବିକ୍ଷୋଭକାରୀ ଦୁଇଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଇରାନର ଅନେକ ପୂର୍ବତନ ଖେଳାଳିଙ୍କ ନିନ୍ଦା

ଜାନୁଆରି ୮ରେ ହୋଇଥିବା ସରକାର ବିରୋଧୀ ପ୍ରତିବାଦରେ ମୋହମ୍ମଦୀଙ୍କ ସମେତ ଆହୁରି ଅନେକ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ଏହି ବିକ୍ଷୋଭକୁ ଦମନ କରିବାକୁ ଯାଇ ପୁଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା ଯେଉଁଥିରେ ଅନେକ ଆହତ ହୋଇଥିଲେ। ଜଣେ ଯୁବ କୁସ୍ତିଯୋଦ୍ଧାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାକୁ ଇରାନର ଅନେକ ପୂର୍ବତନ ଖେଳାଳି ନିନ୍ଦା କରିଛନ୍ତି।

ଇରାନର ପୂର୍ବତନ ଓ୍ବାଟର ପୋଲୋ ଖେଳାଳି ରେଜା ସୁଲୋମାନୀ ଏହି ଘଟଣାକୁ ନିନ୍ଦା କରି କହିଛନ୍ତି ଯେ ଇରାନରେ ତାଙ୍କ ପରି ଅନେକ କ୍ରୀଡ଼ାବିତ୍‌ଙ୍କ ଉପରେ ଅତ୍ୟାଚାର ହେଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ଇରାନର ମାନବ ଅଧିକାରୀ କର୍ମୀମାନେ ନିନ୍ଦା କରିବା ସହ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଓ ମିଳିତ ବିଶ୍ବ କୁସ୍ତି ସଂଘ ଏଥିରେ ହସ୍ତକ୍ଷେପ କରିବା ସହ ଇରାନକୁ ଅଲମ୍ପିକ୍ସ ଓ ଅନ୍ୟ କ୍ରୀଡ଼ାରୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button