Breaking News

ପ୍ରେମ ଓ ବିବାହ ବିବାହ ପୂର୍ବରୁ ସମ୍ପର୍କର ପରିଣତି

ପ୍ରାୟ ୫୦ ବର୍ଷ ତଳେ ସ୍କୁଲ-କଲେଜରେ ସହପାଠୀଙ୍କ ସହ ପ୍ରେମସମ୍ପର୍କ ସୃଷ୍ଟି ହେବା ବିରଳ ଘଟଣା ଥିଲା। କିନ୍ତୁ ସିନେମା, ଟିଭି ଓ ମୋବାଇଲର ପ୍ରଚଳନ ବ୍ୟାପକ ହେବା ପରେ ଏହି କୁସଂସ୍କାର ବୃଦ୍ଧି ପାଇଛି। ଆମ ସିନେମା ଓ ଟିଭି ସିରିଏଲଗୁଡ଼ିକ ଅପସଂସ୍କୃତି ଶିଖାଉଛନ୍ତି।

 

 

 

ଆଜିକାଲି ସମାଜରେ ଏମିତି ଅନେକ ଘଟଣା ଘଟୁଛି, ଯେଉଁଥିରେ ବିବାହ କରିବାକୁ ଲୋକମାନେ ଭୟ କଲେଣି। ଏଇ ନିକଟରେ ରାଜା ରଘୁବଂଶୀ ହତ୍ୟା ମାମଲା ସାରା ଦେଶକୁ ଦୋହଲାଇ ଦେଇଛି। ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀ ସୋନମ୍ ରଘୁବଂଶୀ ପ୍ରେମିକ ରାଜ କୁଶୱାହା ଓ ଭଡ଼ାଟିଆ ଗୁଣ୍ଡାଙ୍କ ସହାୟତାରେ ହତ୍ୟା କରିଥିଲେ। ସୋନମ୍ ଓ ରାଜ କୁଶୱାହାଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏଭଳି ଘଟଣା ଆଜିକାଲି ବହୁତ ଘଟୁଥିବାରୁ ବିବାହ ପାଇଁ ମନରେ ଭୟ ସୃଷ୍ଟି ହେବା ସ୍ବାଭାବିକ। ଏହି ଘଟଣାରୁ ଆମେ କ’ଣ ବୁଝିବା? ଏପରି ଘଟଣା ଘଟିବା ପଛରେ ଥିବା ମୂଳ କାରଣ କ’ଣ?
ମୋ ବିଚାରରେ ଏପରି ଘଟଣା ପଛରେ ଥିବା କାରଣଗୁଡ଼ିକୁ ଆପଣ ଅନୁଧ୍ୟାନ କରନ୍ତୁ: ୧. ବିବାହ ପୂର୍ବରୁ ପ୍ରେମ ସମ୍ପର୍କ। ୨. ଝିଅକୁ ନ ପଚାରି ବା ତା’ର ମତ ନ ନେଇ ବାପାମାଆ ଅନ୍ୟତ୍ର ବିବାହ କରିଦେଉଛନ୍ତି। ୩. ସହଶିକ୍ଷା କାରଣରୁ ସ୍କୁଲ-କଲେଜରେ ପଢ଼ିବା ସମୟରେ ପୁଅ-ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେଉଛି। ସେଥିରୁ ଅଳ୍ପକିଛି ବିବାହରେ ରୂପାୟିତ ହେଉଥିବା ବେଳେ ଅନ୍ୟଗୁଡ଼ିକ ପରବର୍ତ୍ତୀ ସମୟରେ ବୈବାହିକ ଜୀବନକୁ ନଷ୍ଟ କରୁଛି। ୪. ବିଳମ୍ବରେ ବିବାହ। ଝିଅମାନଙ୍କର ପାଠପଢ଼ା, ଚାକିରି ଆଦି କାରଣରୁ ବହୁ ବିଳମ୍ବରେ ବିବାହ ହେଉଥିବାରୁ ବିବାହ ପୂର୍ବରୁ ଯାହା ସହ ସୁଯୋଗ ମିଳିଳା ତା’ ସହ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଯାଉଛି।
ଆଜକୁ ପ୍ରାୟ ୫୦ ବର୍ଷ ତଳେ ସ୍କୁଲ-କଲେଜରେ ସହପାଠୀଙ୍କ ସହ ପ୍ରେମସମ୍ପର୍କ ସୃଷ୍ଟି ହେବା ବିରଳ ଘଟଣା ଥିଲା। କିନ୍ତୁ ସିନେମା, ଟିଭି ଓ ମୋବାଇଲର ପ୍ରଚଳନ ବ୍ୟାପକ ହେବା ପରେ ଏହି କୁସଂସ୍କାର ବୃଦ୍ଧି ପାଇଛି। ଆମ ସିନେମା ଓ ଟିଭି ସିରିଏଲଗୁଡ଼ିକ ଅପସଂସ୍କୃତି ଶିଖାଉଛନ୍ତି। ଏମାନଙ୍କ ପ୍ରଭାବରେ ସାମାଜିକ ପରିବର୍ତ୍ତନ ଘଟିଛି। ଯାହା ୫୦ ବର୍ଷ ତଳେ ଘୃଣ୍ୟ ଓ ନିନ୍ଦନୀୟ ଥିଲା, ତାହା ଆଜି ଖୁଲମଖୁଲା ହୋଇଯାଇଛି। ଏହା ବିରୋଧରେ ମୁହଁ ଖୋଲିବାକୁ କେହି ସାହସ କରିପାରୁ ନାହାନ୍ତି। ସବୁଠି ବ୍ୟକ୍ତିଗତ ସ୍ବାଧୀନତା ଓ ଅଧିକାରର ଦ୍ବାହି ଦିଆଯାଉଛି।

 

 

 

ସୌଜନ୍ୟ – ସମ୍ବାଦ

Comments are closed.