ଦେଶ ବିଦେଶ

Pakistan: ପଶ୍ଚିମ ଏସିଆ ବିବାଦ: ଇଜିପ୍ଟ ଓ ତୁର୍କୀ ବିଦେଶ ମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କଲା ପାକିସ୍ତାନ

ଇରାନରେ ଯୁଦ୍ଧ ଶେଷ କରିବାକୁ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ସାଉଦି ଆରବ, ତୁର୍କୀ ଓ ଇଜିପ୍ଟ ମଧ୍ୟରେ ବିଦେଶ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଯାଇଛି। ପାକିସ୍ତାନ ଏହି ଚତୁର୍ପାକ୍ଷିକ ବୈଠକର ମୁଖ୍ୟ ଆୟୋଜକ ରହିଛି।

ଇସଲାମାବାଦ: ଇରାନରେ ଯୁଦ୍ଧ ଶେଷ କରିବାକୁ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ସାଉଦି ଆରବ, ତୁର୍କୀ ଓ ଇଜିପ୍ଟ ମଧ୍ୟରେ ବିଦେଶ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଯାଇଛି। ପାକିସ୍ତାନ ଏହି ଚତୁର୍ପାକ୍ଷିକ ବୈଠକର ମୁଖ୍ୟ ଆୟୋଜକ ରହିଛି। ଏହାପୂର୍ବରୁ ପାକିସ୍ତାନ ବିଦେଶ ମନ୍ତ୍ରୀ ଇସାକ୍‌ ଦାର୍‌ ରବିବାର ଇଜିପ୍ଟ ଓ ତୁର୍କୀର ବିଦେଶ ମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ପଶ୍ଚିମ ଏସିଆ ବିବାଦ ଉପରେ ପାକିସ୍ତାନ ସାଉଦି ଆରବ, ଇଜିପ୍ଟ ଓ ତୁର୍କୀ ସହିତ ରବିବାର ଚତୁର୍ପାକ୍ଷିକ ବୈଠକ କରିବ। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଦାର୍‌ ଶନିବାର ଏହି ବୈଠକ ପାଇଁ ସାଉଦି ଆରବ ବିଦେଶ ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍‌ ଫରହାନ୍‌ ଅଲ ସୌଦ, ତୁର୍କୀ ବିଦେଶ ମନ୍ତ୍ରୀ ହାକାନ୍‌ ଫିଦାନ ଓ ଇଜିପ୍ଟ ବିଦେଶ ମନ୍ତ୍ରୀ ବଦର୍‌ ଆବଦେଲାଟିଙ୍କୁ ଇସଲାମାବାଦକୁ ନିମନ୍ତ୍ରଣ କରିଥି‌ଲେ।

ପାକିସ୍ତାନ ବିଦେଶ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ଦାର୍‌ ଓ ଆବଦେଲାଟିଙ୍କ ମଧ୍ୟରେ ବୈଠକବେଳେ ଦ୍ବିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ। ଦୁଇ ଦେଶ ପଶ୍ଚିମ ଏସିଆ ବିବାଦ ଉପରେ କଥାବାର୍ତ୍ତା କରିବା ସହିତ ସଂଯମତା ରକ୍ଷା କରିବା, ଉତ୍ତେଜନା ହ୍ରାସ ତଥା କଥାବାର୍ତ୍ତା ଓ କୂଟନୀତି ମଧ୍ୟରେ ବିବାଦର ସମାଧାନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଦ୍ବିପାକ୍ଷିକ ବୈଠକ ପରେ ଚତୁର୍ପାକ୍ଷିକ ବୈଠକ ଅନୁଷ୍ଠିତ ହେବ ଓ ପଶ୍ଚିମ ଏସିଆ ବିବାଦ ଉପରେ ଆଲୋଚନା ହେବ।

ତିନି ଦେଶର ବିଦେଶ ମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ମଧ୍ୟ ଭେଟିବେ। ପାକିସ୍ତାନ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି। ପାକିସ୍ତାନ ଇରାନକୁ ଆମେରିକାର ୧୫-ସୂତ୍ରୀୟ ପ୍ରସ୍ତାବ ମଧ୍ୟ ପ୍ରଦାନ କରିଛି। ଏଥିରେ ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ କରିବା, କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ହ୍ରାସ କରିବା, ଆଞ୍ଚଳିକ ପ୍ରକ୍ସି ଗୋଷ୍ଠୀଙ୍କୁ ସମର୍ଥନ ଦେବା ବନ୍ଦ କରିବା ପରି ସର୍ତ୍ତ ରହିଛି। ଇରାନ ଏହି ପ୍ରସ୍ତାବର ସମୀକ୍ଷା କରୁଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button