ଓଡିଶା

SCB: ଏସ୍‌ସିବି ଟ୍ରମା କେୟାର ଅଗ୍ନିକାଣ୍ଡ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିରୋଧୀ ଏକାଠି, ବିଧାନସଭା ସାମନାରେ ଗଣଧାରଣା

କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଟ୍ରମା କେୟାରର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବହିଷ୍କାର ଦାବିରେ ମିଳିତ ବିରୋଧୀ ଦଳମାନଙ୍କ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ଭୁବନେଶ୍ବର: କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଟ୍ରମା କେୟାରର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବହିଷ୍କାର ଦାବିରେ ମିଳିତ ବିରୋଧୀ ଦଳମାନଙ୍କ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏହା  ଏକ ବ୍ୟବସ୍ଥାକୃତ ହତ୍ୟା ଓ ସରକାରଙ୍କ ଅକ୍ଷମଣୀୟ ଅବହେଳା ବୋଲି ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି।   ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍‌ ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ। ଏହାସହିତ ପ୍ରତ୍ୟେକ ମୃତକ ପରିବାରକୁ ଅନ୍ୟୂନ ୧ କୋଟି ଟଙ୍କା କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି, ଉଚ୍ଚନ୍ୟାୟାଳୟର ବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ତଦନ୍ତ ଓ ରିପୋର୍ଟ ପ୍ରକାଶ, ସମସ୍ତ ଆହତଙ୍କୁ ମାଗଣା ଉଚ୍ଚମାନର ଚିକିତ୍ସା ଓ ଅନ୍ୟୂନ ୫ ଲକ୍ଷ ଟଙ୍କା ସହାୟତା, ହସ୍ପିଟାଲ୍‌ ଅଧୀକ୍ଷକ ସହ ଏହି ଅପରାଧ ପାଇଁ ଦାୟୀ ଅଧିକାରୀ, କର୍ମଚାରୀ ଓ ବିଦ୍ୟୁତ୍‌ ଠିକାଦାରଙ୍କୁ ତୁରନ୍ତ ଗିରଫ, ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲର ଫାୟାର ସେଫ୍ଟି ଓ ସୁରକ୍ଷା ଅଡିଟ୍ ଇତ୍ୟାଦି ଦାବିଗୁଡ଼ିକ ପୂରଣ ନହେଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଦାବି ଉପରେ ଆସନ୍ତାକାଲି ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

Show More

Leave a Reply

Your email address will not be published. Required fields are marked *

Back to top button