ଦେଶ ବିଦେଶବାଣିଜ୍ୟ

Iran Threatens 18 American Tech Companies: ୧୮ଟି ଆମେରିକୀୟ ଟେକ୍ କମ୍ପାନି ଉପରେ ଆକ୍ରମଣ ଧମକ ଦେଲା ଇରାନ…

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏକ ଚରମ ସୀମାରେ ପହଞ୍ଚିଛି, ଯେଉଁଠାରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ମଧ୍ୟ-ପ୍ରାଚ୍ୟରେ କାର୍ଯ୍ୟରତ ୧୮ଟି ଆମେରିକୀୟ ବୈଷୟିକ ପ୍ରତିଷ୍ଠାନ ଉପରେ ବଡ଼ଧରଣର ଆକ୍ରମଣ ଚେତାବନୀ ଦେଇଛି।

ତେହେରାନ/ଵାସିଂଟନ୍, ୧/୪: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏକ ଚରମ ସୀମାରେ ପହଞ୍ଚିଛି, ଯେଉଁଠାରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ମଧ୍ୟ-ପ୍ରାଚ୍ୟରେ କାର୍ଯ୍ୟରତ ଆପଲ୍, ଗୁଗଲ, ମାଇକ୍ରୋସଫ୍ଟ, ମେଟା, ଡେଲ, ଆଇବିଏମ୍ ଓ ଟେସଲା ଭଳି ପ୍ରମୁଖ ୧୮ଟି ଆମେରିକୀୟ ବୈଷୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଚେତାବନୀ ଦେଇଛି।

ଏପ୍ରିଲ ୧ ତାରିଖ ରାତି ୮ଟା ପରେ ଏହି ସମସ୍ତ କମ୍ପାନିକୁ “ବୈଧ ଲକ୍ଷ୍ୟ” ଭାବେ ଗ୍ରହଣ କରି ଆକ୍ରମଣ କରାଯିବ ବୋଲି ଇରାନ ଘୋଷଣା କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ତୁରନ୍ତ ସ୍ଥାନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଏହି କମ୍ପାନି ଗୁଡ଼ିକ ଆମେରିକୀୟ ସେନାକୁ ଗୁପ୍ତଚର ତଥ୍ୟ ଯୋଗାଇବା ଓ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ହତ୍ୟାରେ ସହଯୋଗ କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

 ବିପଦରେ ବିଶ୍ୱ ଅର୍ଥନୀତି

ଇରାନର ଦାବି ଅନୁଯାୟୀ, ଆମେରିକୀୟ ଟେକ୍ ଜାଏଣ୍ଟମାନଙ୍କର କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ଡାଟା ଆର୍କିଟେକଚର ସାହାଯ୍ୟରେ ହିଁ ସେମାନଙ୍କ ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ୍‌ କରାଯାଇଛି। ପୂର୍ବରୁ ମାର୍ଚ୍ଚ ମାସରେ ଇରାନର ଡ୍ରୋନ୍ ଆକ୍ରମଣ ଦ୍ୱାରା ଆମାଜନର ଡାଟା ସେଣ୍ଟରଗୁଡ଼ିକ କ୍ଷତିଗ୍ରସ୍ତ ହୋଇ ସେହି ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବାକୁ ବିପର୍ଯ୍ୟସ୍ତ କରିସାରିଛି। ଯଦିଓ ଆମେରିକା ଶାନ୍ତି ଆଲୋଚନା ପାଇଁ କିଛି ସମୟ ଅପେକ୍ଷା କରିଥିଲା, ମାତ୍ର ଇରାନର ଏହି ପ୍ରତିଶୋଧମୂଳକ ଆଭିମୁଖ୍ୟ ମଧ୍ୟ-ପ୍ରାଚ୍ୟରେ ଥିବା ଆମେରିକାର ବିଲିୟନ ବିଲିୟନ ଡଲାରର ପୁଞ୍ଜିନିବେଶକୁ ବିପଦକୁ ଠେଲି ଦେଇଛି। ଏହି ସଂଘର୍ଷ ଯଦି ଆଗକୁ ବଢ଼େ, ତେବେ ପାଲାଣ୍ଟିର ଭଳି ପ୍ରତିରକ୍ଷା ସଂସ୍ଥାଗୁଡ଼ିକ ସହ ଅନ୍ୟ ବୈଷୟିକ କେନ୍ଦ୍ରଗୁଡ଼ିକ ଧ୍ୱଂସ ହେବାର ଆଶଙ୍କା ରହିଛି, ଯାହା ବିଶ୍ୱ ଅର୍ଥନୀତି ପାଇଁ ଏକ ଅଶୁଭ ସଙ୍କେତ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button