ଅପରାଧରାଜ୍ୟ

Murder: ବୃଦ୍ଧଙ୍କୁ ଗଳା କାଟି ହତ୍ୟା ଅଭିଯୋଗ

ଗାଁ ନିକଟସ୍ଥ ଏକ କେନାଲ ପାଖରେ ରଘୁନାଥଙ୍କ ମୃତଦେହ ପଡ଼ିଥିଲା। ତାଙ୍କ ତଣ୍ଟିରେ କ୍ଷତ ଚିହ୍ନ ରହିଥିଲା। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟି ଦିଆଯାଇଥିବା କୁହାଯାଉଛି।

କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗାଁରେ ଜଣେ ବୃଦ୍ଧଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧଙ୍କ ନାଁ ରଘୁନାଥ ଗୌଡ଼।

ଗାଁ ନିକଟସ୍ଥ ଏକ କେନାଲ ପାଖରେ ରଘୁନାଥଙ୍କ ମୃତଦେହ ପଡ଼ିଥିଲା। ତାଙ୍କ ତଣ୍ଟିରେ କ୍ଷତ ଚିହ୍ନ ରହିଥିଲା। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟି ଦିଆଯାଇଥିବା କୁହାଯାଉଛି।

ରଘୁନାଥଙ୍କ ପୁଅ ଭଗବାନ ଗୌଡ଼ଙ୍କ ଅଭିଯୋଗ କ୍ରମେ ଜୟପୁର ସଦର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ତଦନ୍ତ ଜାରି ରହିଛି।

ରଘୁନାଥ ପ୍ରତିଦିନ ଭଳି ଗତକାଲି ମଧ୍ୟ ଗାଆଁରେ ଥିବା ଚା’ ଦୋକାନକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ବାପା ଫେରିବାରେ ବିଳମ୍ବ ହେବାରୁ ପୁଅ ଭଗବାନ ସେଠାକୁ ଯାଇଥିଲେ। ବାପାଙ୍କୁ ସେଠାରେ ନପାଇ ଆଖପାଖରେ ଖୋଜାଖୋଜି କଲା ବେଳେ କେନାଲ ପାଖରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ଭଗବାନ।

ଜୟପୁର ଏସ୍‌ଡିପିଓ ଅର୍ଚ୍ଚିତା ମିତ୍ତଲଙ୍କ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ସନ୍ଦେହରେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୌଜନ୍ୟ ଓଡିଶା ରିପୋର୍ଟର

Show More
Back to top button