ବିଶେଷ

AI artist : ପରଦାରେ ଏଆଇ କଳାକାର

ସାଂଘାଇର ପ୍ରଯୋଜନା ସଂସ୍ଥା ୟୁହୁଗ୍‌ ମିଡିଆ ପକ୍ଷରୁ ଏହାର ଆଗାମୀ ଧାରାବାହିକ ‘ଦି କ୍ୱିନ୍‌ଲିଂ ବ୍ରୋଞ୍ଜ ଅକଲ୍‌ଟ କ୍ରୋନିକଲ୍‌ସ’ ପାଇଁ ଦୁଇଜଣ ନୂଆ ଅଭିନେତାଙ୍କ ନାମ ଘୋଷଣା ପରେ ବିଶ୍ୱବ୍ୟାପୀ ଏକ.....

ସାଂଘାଇର ପ୍ରଯୋଜନା ସଂସ୍ଥା ୟୁହୁଗ୍‌ ମିଡିଆ ପକ୍ଷରୁ ଏହାର ଆଗାମୀ ଧାରାବାହିକ ‘ଦି କ୍ୱିନ୍‌ଲିଂ ବ୍ରୋଞ୍ଜ ଅକଲ୍‌ଟ କ୍ରୋନିକଲ୍‌ସ’ ପାଇଁ ଦୁଇଜଣ ନୂଆ ଅଭିନେତାଙ୍କ ନାମ ଘୋଷଣା ପରେ ବିଶ୍ୱବ୍ୟାପୀ ଏକ ବିତର୍କର ସୂତ୍ରପାତ ହୋଇଛି। କାରଣ ଏହି ଅଭିନେତା କିନ୍ ଲିଙ୍ଗ୍ୟୁ ଓ ଲିନ୍ ଜିଆନ୍ ଦୁହେଁ ଜୀବିତ ମଣିଷ ନୁହନ୍ତି, ବରଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପରିଚାଳିତ ଡିଜିଟାଲ୍ ମଡେଲ୍। ରୋଚକ କଥା ହେଲା, ଏହି ଦୁଇ ଏଆଇ ଅଭିନେତାଙ୍କର ନିଜସ୍ୱ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ମଧ୍ୟ ରହିଛି। ଏଥିରେ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଉଭୟ ଅନୁରୋଧ କରୁଥିବା ବେଳେ ସେମାନେ ମତାମତ ପଢ଼ି ଉତ୍ତର ଦେଇପାରିବେ ବୋଲି ଦାବି କରିଛନ୍ତି। ବିଭିନ୍ନ ବର୍ଗର ଲୋକ ଏହି ଏଆଇ ଅଭିନେତାଙ୍କୁ ସନ୍ଦେହ ଦୃଷ୍ଟିରେ େଦଖୁଥିବା ବେଳେ ଅନ୍ୟ କେତେକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

 

ଏବେ ଏଆଇ କେତେକ କ୍ଷେତ୍ରରେ ଅନେକଙ୍କୁ ବେକାର କରିଦେବ ବୋଲି ସାରା ପୃଥିବୀରେ ଏକ ଭୟ ସୃଷ୍ଟି ହୋଇଛି। ଏଭଳି ସମୟରେ ଚୀନର ଚଳଚ୍ଚିତ୍ର ଶିଳ୍ପରେ ସହଯୋଗୀ କଳାକାର, ଷ୍ଟଣ୍ଟ୍‌ମ୍ୟାନ୍‌ ଓ ଏକ୍ସଟ୍ରା ଆଦି ଏଆଇ ଦ୍ବାରା କରିବା ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି। ଏହାର କାରଣ ଖର୍ଚ୍ଚକାଟ୍‌। ଏନେଇ ଏଥିସହିତ ଜଡ଼ିତ ଅନେକଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ତେବେ ପ୍ରତିଭାଶାଳୀ କଳାକାର ଲେଖକ, ନିର୍ଦ୍ଦେଶକ ଓ ଅନ୍ୟମାନେ ସମୟ ସହ ଖାପ ଖୁଆଇ ଆତ୍ମବିଶ୍ୱାସ ବଜାୟ ରଖିବା ଉଚିତ ହେବ ବୋଲି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ୟୁ ଝେଙ୍ଗ୍‌ ଯୁକ୍ତି ବାଢ଼ିଛ

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button