ଜାତୀୟଜିଲ୍ଲା

Mamata Targets: ଭୋଟର ତାଲିକା ବିବାଦକୁ ନେଇ ମୋଦୀଙ୍କୁ ଟାର୍ଗେଟ୍‌ କ‌ଲେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ମମତା କହିଛନ୍ତି, ଯଦି ଭୋଟର ତାଲିକାରେ ଅନୁପ୍ରବେଶକାରୀଙ୍କ ନାଁ ରହିଛି ତେବେ ପ୍ରଥମେ ମୋଦୀ ଇସ୍ତଫା ଦେବା ଉଚିତ।

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ମମତା କହିଛନ୍ତି, ଯଦି ଭୋଟର ତାଲିକାରେ ଅନୁପ୍ରବେଶକାରୀଙ୍କ ନାଁ ରହିଛି ତେବେ ପ୍ରଥମେ ମୋଦୀ ଇସ୍ତଫା ଦେବା ଉଚିତ। ଦକ୍ଷିଣ ଦିନାଜପୁରରେ ଏକ ରାଲିରେ ଉଦ୍‌ବୋଧନ ଦେଇ ମମତା କହିଛନ୍ତି, ଯଦି ଭୋଟର ତାଲିକାରେ ଅନୁପ୍ରବେଶକାରୀଙ୍କ ନାଁ ଅଛି ତେବେ ମୋଦୀ ବି ଇସ୍ତଫା ଦେବା ଉଚିତ କାରଣ ମୋଦୀ ସେମାନଙ୍କ ଭୋଟ୍‌ ପାଇ ଜିତିଛନ୍ତି।

ନିର୍ବାଚନୀ ତାଲିକାକୁ ନେଇ ଯେଉଁସବୁ ଅଭିଯୋଗ ‌ହୋଇଛି ମମତାତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ବ୍ୟବହାର ହୋଇଥିବା ଏହି ସମାନ ଭୋଟର ତାଲିକାକୁ ବିଧାନସଭା ନିର୍ବାଚନ ପୂର୍ବରୁ ଚ୍ୟାଲେଞ୍ଜ କରାଯାଉଛି। ମାଲଦା ଜିଲ୍ଲାରେ ନିକଟରେ ଘଟିଥିବା ଘଟଣାରେ ମଧ୍ୟ ମମତା ଟିପ୍ପଣୀ ରଖିଛନ୍ତି। ମମତା ଏଥିପାଇଁ ଏଆଇଏମ୍‌ଆଇଏମ୍‌ ଏବଂ ଆଇଏସଏଫ୍‌କୁ ଦାୟୀ କରିଛନ୍ତି। ମମତା କହିଛନ୍ତି, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିଜେପି ତାଙ୍କୁ ଏଠାକୁ ଆଣିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button