ଜାତୀୟ

Brigadier Rank: କର୍ନେଲ ଶ୍ରୀକାନ୍ତ ପୁରୋହିତଙ୍କ ବ୍ରିଗେଡିୟର ରୢାଙ୍କ୍‌କୁ ଅନୁମତି ଦେଲା ସେନା

ଭାରତୀୟ ସେନା ଆଜି କର୍ନେଲ ଶ୍ରୀକାନ୍ତ ପ୍ରସାଦ ପୁରୋହିତଙ୍କର ବ୍ରିଗେଡିୟର ରୢାଙ୍କକୁ ପଦୋନ୍ନତି ଦେବାପାଇଁ ଅନୁମତି ପ୍ରଦାନ କରିଛନ୍ତି। କର୍ନେଲ ଶ୍ରୀକାନ୍ତ ୨୦୨୬ ମାର୍ଚ୍ଚ ୩୧ ତାରିଖରେ ଅବସର ନେଇଥାନ୍ତେ। କିନ୍ତୁ ତାଙ୍କ ପ୍ରମୋସନ୍‌କୁ ସମୀକ୍ଷା କରିବାପାଇଁ ସେନା ଟ୍ରିବୁନାଲ ତାଙ୍କ ଅବସର ଅଟକାଇଥିଲେ।

 

ନୂଆଦିଲ୍ଲୀ: ଭାରତୀୟ ସେନା ଆଜି କର୍ନେଲ ଶ୍ରୀକାନ୍ତ ପ୍ରସାଦ ପୁରୋହିତଙ୍କର ବ୍ରିଗେଡିୟର ରୢାଙ୍କକୁ ପଦୋନ୍ନତି ଦେବାପାଇଁ ଅନୁମତି ପ୍ରଦାନ କରିଛନ୍ତି। କର୍ନେଲ ଶ୍ରୀକାନ୍ତ ୨୦୨୬ ମାର୍ଚ୍ଚ ୩୧ ତାରିଖରେ ଅବସର ନେଇଥାନ୍ତେ। କିନ୍ତୁ ତାଙ୍କ ପ୍ରମୋସନ୍‌କୁ ସମୀକ୍ଷା କରିବାପାଇଁ ସେନା ଟ୍ରିବୁନାଲ ତାଙ୍କ ଅବସର ଅଟକାଇଥିଲେ। ଦୀର୍ଘ ୧୭ ବର୍ଷର ନ୍ୟାୟିକ ଲଢ଼େଇ ବଳରେ ପୁରୋହିତଙ୍କୁ ବ୍ରିଗେଡିୟର ରୢାଙ୍କକୁ ପଦୋନ୍ନତି ମିଳିଛି।

ଉଲ୍ଲେଖଯୋଗ୍ୟ, ମା‌ଲେଗାଓଁ ବିସ୍ଫୋରଣ ମାମଲାରେ ପୁରୋହିତ ୨୦୦୮ରୁ ଗିରଫ ହେବା ପରଠାରୁ ତାଙ୍କ କ୍ୟାରିୟରରେ ସେ ଆଗକୁ ବଢ଼ି ପାରିନଥିଲେ। ୨୦୧୭ରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଦେବାପ‌ରେ ସେ ସକ୍ରିୟ ସେବାକୁ ଫେରିଥିଲେ। କିନ୍ତୁ ବରିଷ୍ଠତା ଦୃଷ୍ଟିରୁ ତାଙ୍କ ପଦୋନ୍ନତି ହୋଇପାରିନଥିଲା। ତେବେ ୨୦୨୫ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରରେ ସ୍ବତନ୍ତ୍ର ଏନଆଇଏ କୋର୍ଟ ପୁରୋହିତଙ୍କୁ ପ୍ରମାଣ ଅଭାବରୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିବାପରେ ତାଙ୍କ ଜୀବନରେ ଏକ ପରିବର୍ତ୍ତନ ଆସିଥିଲା।

ସୌଜନ୍ୟ Prameya News7

Show More
Back to top button