Character Discussion: ଚରିତ୍ର-ଚର୍ଚ୍ଚା: ନନ୍ଦିକେଶ୍ବର

ଭାରତୀୟ ହିନ୍ଦୁ ପୁରାଣ ଅନୁସାରେ, ପ୍ରତ୍ୟେକ ହିନ୍ଦୁ ଦେବତାଙ୍କର ଏକ ଏକ ବାହନ ରହିଛି। ଏହି ବାହନମାନେ ମଧ୍ୟ ସ୍ବତନ୍ତ୍ର ପ୍ରତୀକ ତଥା ମର୍ଯ୍ୟାଦାର ଅଧିକାରୀ। ବିଶେଷକରି ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ବାହନ- ହଂସ, ଗରୁଡ଼ ଓ ବୃଷଭଙ୍କର ମର୍ଯ୍ୟାଦା ଅଧିକ। ଅନୁରକ୍ତି, ତପସ୍ୟା ଓ ଚରିତ୍ରବତ୍ତାପାଇଁ ଏମାନେ ଚିରନମସ୍ୟ ଓ ଆଦରଣୀୟ। ଏହି ପରିପ୍ରେକ୍ଷୀରେ ଶିବଙ୍କ ବାହନ ନନ୍ଦିକେଶ୍ବରଙ୍କର ଚାରିତ୍ରିକ ମହତ୍ତ୍ବ ବିଚାର୍ଯ୍ୟ।
ସ୍କନ୍ଦପୁରାଣ, ଶିବପୁରାଣ ଓ ରାମାୟଣରେ ନନ୍ଦୀ ଚରିତ୍ରର ବ୍ୟାଖ୍ୟା ଦେଖାଯାଏ। ନନ୍ଦୀ ଏକାଧାରରେ ଭଗବାନ ଶିବଙ୍କର ବାହନ, ଶିବଗଣଙ୍କର ପ୍ରମୁଖ ତଥା କୈଳାସର ଜାଗ୍ରତ ପ୍ରହରୀ। ନନ୍ଦୀଙ୍କର ବିନା ଅନୁମତିରେ କେହି କୈଳାସପୁରୀରେ ପ୍ରବେଶ କରିପାରନ୍ତି ନାହିଁ। ପୁରାଣର ବର୍ଣ୍ଣନା ଅନୁଯାୟୀ, ଶିଳାଦ ନାମରେ ଜଣେ ତପସ୍ବୀ ଥିଲେ। ସେ ଥିଲେ ବ୍ରହ୍ମଚାରୀ। ପିତୃପୁରୁଷଙ୍କ ନିର୍ଦ୍ଦେଶରେ ପୁତ୍ରସନ୍ତାନ ପାପ୍ତି ନିମିତ୍ତ ସେ ଏକ ଯଜ୍ଞର ଆୟୋଜନ କଲେ। ଶିବଙ୍କ କୃପାରୁ ଯଜ୍ଞଭୂମି ମଧ୍ୟରୁ ତାଙ୍କର ଏକ ଅଯୋନିସଂଭୂତ ପୁତ୍ରର ଉତ୍ପତ୍ତି ହେଲା। ସେହି ପୁତ୍ରର ନାମ ନନ୍ଦୀ। ମାତ୍ର ତାହାର ଆୟୁ ମାତ୍ର ଆଠବର୍ଷ ବୋଲି ଜାଣି ଶିଳାଦ ବିଷାଦଗ୍ରସ୍ତ ହୋଇପଡ଼ିଲେ। ଏହା ଜାଣି ନନ୍ଦୀ ନର୍ମଦା ତଟକୁ ଯାଇ କଠୋର ତପସ୍ୟାରେ ରତ ରହିଲେ। ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ତାଙ୍କୁ ଜରା-ମୃତ୍ୟୁ-ରହିତ ହେବାପାଇଁ ଆଶୀର୍ବାଦ କରିବା ସହିତ ତାଙ୍କୁ ନିଜର ବାହନ ଭାବରେ ଗ୍ରହଣ କଲେ। ନନ୍ଦୀ ଯେଉଁ ସ୍ଥାନରେ ତପସ୍ୟା କରିଥିଲେ ସେହି ସ୍ଥାନ ତ୍ରିପୁରତୀର୍ଥ କ୍ଷେତ୍ର ଭାବରେ ପ୍ରସିଦ୍ଧି ଅର୍ଜନ କଲା।
ସାଧାରଣତଃ ପ୍ରତ୍ୟେକ ଶିବ ମନ୍ଦିରରେ ନନ୍ଦୀ ଏକ ବୃଷଭ ରୂପରେ ଏପରି ଅବସ୍ଥାପିତ ଥାଆନ୍ତି, ଦେଖିଲେ ମନେ ହେବ ସତେଯେପରି ଯୋଗମଗ୍ନ ଶିବଙ୍କ ସହିତ ସେ ମଧ୍ୟ ଯୋଗମଗ୍ନ। ଏହି ନିରନ୍ତର ସ୍ଥାଣୁ ରୂପ ଆଧ୍ୟାତ୍ମିକ ଚେତନାର ପ୍ରତୀକ। ଏହା ମନୁଷ୍ୟ ଜୀବନର ଅନ୍ତିମ ଲକ୍ଷ୍ୟର ପ୍ରତୀକ ଏବଂ ସମସ୍ତ ଇନ୍ଦ୍ରିୟ ଉପରେ ବିଜୟପ୍ରାପ୍ତିର ପ୍ରତୀକ। ନନ୍ଦୀଙ୍କର ଚାରିପାଦ ସତ୍ୟ, ଧର୍ମ, ଶାନ୍ତି ଓ ପ୍ରେମର ପ୍ରତୀକ। ନନ୍ଦୀ ସର୍ବଦା ଶିବଙ୍କୁ ଅନାଇ ରହିଥାନ୍ତି। ଏହି ସାଧନା ସହଜ ନୁହେଁ। ଈଶ୍ବରଙ୍କ ପ୍ରତି ଅନୁରକ୍ତ ହେଲେ ସମସ୍ତ ସାଂସାରିକ ବନ୍ଧନରୁ ମୁକ୍ତ ହେବାକୁ ହୁଏ। ଅସୀମ ଧୈର୍ଯ୍ୟ ଓ ଅନନ୍ତ ପ୍ରତୀକ୍ଷା ନନ୍ଦୀଙ୍କ ଚରିତ୍ରର ଶ୍ରେଷ୍ଠ ବୈଶିଷ୍ଟ୍ୟ। କେବଳ ଏତିକି ନୁହେଁ, ମହାଯୋଗୀ କୈଳାସପତିଙ୍କର କୈଳାସର ଜାଗ୍ରତ ପ୍ରହରୀ ଥିଲେ ନନ୍ଦୀ। ତେଣୁ କୌଣସି ସମୟରେ ବି ଦେବଦେବ ମହାଦେବଙ୍କର ଧ୍ୟାନରେ ଯେପରି ବିଘ୍ନ ନ ହେବ ସେଥିପ୍ରତି ସେ ସର୍ବଦା ସଚେତନ ଥିଲେ।

ସୌଜନ୍ୟ ସମ୍ବାଦ