ଲଜ୍ଜା: ଟିଉସନ୍ ପାଇଁ ଡାକି ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଇଂରାଜୀ ଶିକ୍ଷକ !

କେନ୍ଦ୍ରାପଡ଼ା: ଟିଉସନ୍ ପାଇଁ ଡାକି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଇଂରାଜୀ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା l ପୋଲିସ ଅଭିଯୁକ୍ତ ଇଂରାଜୀ ଶିକ୍ଷକଙ୍କୁ ଗିରଫ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ୧୯ ତାରିଖ ସନ୍ଧ୍ୟାରେ ଛାତ୍ରୀଙ୍କୁ ଶିକ୍ଷକ ଜଣଙ୍କ ନିଜ ଭଡା ଘରକୁ ଡାକି ସେଠାରେ ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି l କେବଳ ସେତିକି ନୁହେଁ ଶିକ୍ଷକ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ରଖି ତାଙ୍କୁ ବ୍ଲାକ ମେଲ କରିଥିବା ନେଇ ମଧ୍ୟ ଏତଲାରେ ଦର୍ଶା ଯାଇଛି l ପୀଡ଼ିତାଙ୍କ ମାଆ ପୋଲିସକୁ ଘଟଣା ବିଷୟରେ ସବୁ ଜଣାଇଛନ୍ତି। ଘଟଣାରେ ନାବାଳିକା ପ୍ରଥମେ ଭୟରେ କିଛି କହି ନ ଥିଲେ। ହେଲେ କିଛି ସମୟ ପରେ ନିଜ ମାଆଙ୍କୁ ସବୁ ଜଣାଇଥିଲେ

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଶିକ୍ଷକ ରଞ୍ଜନ କୁମାର ଜେନାଙ୍କୁ ଗିରଫ କରିଛି l ଅନ୍ୟପକ୍ଷରେ ନାବାଳିକା ଛାତ୍ରଙ୍କ ବୟାନ ରେକର୍ଡ କରିଛି ପୋଲିସ l ଅଭିଯୁକ୍ତ ଇଂରାଜୀ ଶିକ୍ଷକ ସ୍ଥାନୀୟ ଏକ ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି l

ସୌଜନ୍ୟ Prameya News7